ଆଜି ସରୁଛି ମାଟ୍ରିକ୍ ପରୀକ୍ଷା, 15 ରୁ ଆରମ୍ଭ ଖାତାଦେଖା
Matric Exam: ଆଜି ସରୁଛି ମାଟ୍ରିକ ପରୀକ୍ଷା । ଶିକ୍ଷା ବର୍ଷ 2023-24 ପାଇଁ ଫେବୃଆରୀ 20 ରୁ ଆରମ୍ଭ ହୋଇଥିଲା ମାଟ୍ରିକ ପରୀକ୍ଷା । ଶେଷ ଦିନରେ ସାମାଜିକ ବିଜ୍ଞାନ ବିଷୟରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ ।

ଚଳିତବର୍ଷ 2 ହଜାର 991 ପରୀକ୍ଷା କେନ୍ଦ୍ରରେ ମୋଟ 5 ଲକ୍ଷ 51 ହଜାର 611 ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ସେହିପରି 7 ହଜାର 831 ପରୀକ୍ଷାର୍ଥୀ ରାଜ୍ୟ ଓପନ ସ୍କୁଲ ସାର୍ଟିଫିକେଟ ଓ 3 ହଜାର 37 ପରୀକ୍ଷାର୍ଥୀ ମଧ୍ୟମା ପରୀକ୍ଷା ଦେଉଛନ୍ତି ।
ପରୀକ୍ଷାକୁ କପିମୁକ୍ତ କରିବା ପାଇଁ ଏଥର AI ମାଧ୍ୟମରେ ତଦାରଖ କରାଯାଉଛି । ଶୃଙ୍ଖଳିତ ତଥା କପିମୁକ୍ତ କରିବା ପାଇଁ ତ୍ରିସ୍ତରୀୟ ସ୍କ୍ୱାର୍ଡ ବ୍ୟବସ୍ଥା କରାଯାଇଛି ।
ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ର ସହ ନୋଡାଲ ସେଣ୍ଟରରେ AI ଅର୍ଥାତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ୟାମେରା ବ୍ୟବହାର କରାଯାଇଛି । ବୋର୍ଡ ମୁଖ୍ୟାଳୟ କମାଣ୍ଡ କଣ୍ଟ୍ରୋଲ ରୁମରୁ ହିଁ ତା ଉପରେ ନଜର ରଖୁଛି ।
ଆଜି ପରୀକ୍ଷା ଶେଷହେବାପରେ ଆସନ୍ତା 15 ରୁ ଖାତା ଦେଖା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ମାଟ୍ରିକ ବୋର୍ଡ କର୍ତ୍ତୃପକ୍ଷ ।












Click it and Unblock the Notifications