ବୋର୍ଡ ସାର୍ଟିଫିକେଟ୍ ତ୍ରୁଟି ମାମଲା, 5 ରୁ 14 ତାରିଖ ମଧ୍ୟରେ ହେବ ସଂଶୋଧନ
କଟକ: ମାଟ୍ରିକ୍ ସାର୍ଟିଫିକେଟ୍ ତ୍ରୁଟି ମାମଲାରେ ପଦକ୍ଷେପ ନେଇଛି ବୋର୍ଡ । 69 ପିଲାଙ୍କ ସାର୍ଟିଫିକେଟରେ ରହିଛି ଗୋଟିଏ ଫଟୋ । ଦଶମ ବୋର୍ଡ ସାର୍ଟିଫିକେଟରେ କିଛି ଏଭଳି ସାଘାଂତିକ ତ୍ରୁଟି ସାମ୍ନାକୁ ଆସିବା ପରେ ଏଥିରେ ସଂଶୋଧନ ପ୍ରକ୍ରିୟା କରାଯିବ ।
ଜୁଲାଇ 5 ତାରିଖରୁ 14 ତାରିଖ ମଧ୍ୟରେ ବୋର୍ଡ ଦ୍ୱାରା ସଂଶୋଧନ ପ୍ରକ୍ରିୟା କରାଯିବ । ଯଦି ପାସ କରିଥିବା ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟରେ କୌଣସି ତ୍ରୁଟିଥାଏ, ତାହେଲେ ଏହାକୁ ସଂଶୋଧନ କରିବା ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନେ ବିସ୍ତୃତ ଭାବେ ଜଣାଇପାରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।

ଘଟଣାକୁ ସାମାନ୍ୟ ତ୍ରୁଟି କହିଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ ଉପସଭାପତି ନିହାର ରଞ୍ଜନ ମହାନ୍ତି । ଏହାକୁ ସୁଧାରିବାକୁ ପଦକ୍ଷେପ ନିଆ ଯିବ ଓ ଆଡମିଶନରେ କୌଣସି ସମସ୍ୟା ହେବନି ବୋଲି ସେ କହିଛନ୍ତି ।
ବିଦ୍ୟାଳୟ ସ୍ତରରେ ଉକ୍ତ ଆବେଦନ ବୋର୍ଡର ମୁଖ୍ୟ କାର୍ଯ୍ୟାଳୟରେ ଏବଂ ରାଜ୍ୟର କଟକ, ଭୁବନେଶ୍ୱର, ବାଲେଶ୍ୱର, ବ୍ରହ୍ମପୁର, ଜୟପୁର ଆଜି ବୋର୍ଡର ଜୋନ ଅଫିସରେ ଆବେଦନ କରିପାରିବେ ବୋଲି ନିର୍ଦ୍ଦେଶ ରହିଛି ।
କଟକ ନିଶ୍ଚନ୍ତକୋଇଲି ଅଶୁରେଶ୍ୱର 5T ହାଇସ୍କୁଲର ଦଶମ ପିଲାଙ୍କ ବୋର୍ଡ ସାର୍ଟିଫିକେଟରେ ଲାଗିଛି ଜଣେ ଅଜଣା ଛାତ୍ରର ଫଟୋ । ଯାହାକୁ ନେଇ ଏବେ ପିଲାଏ ଓ ଅଭିଭାବକ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ।
ତେବେ ଏହି ସମସ୍ୟା ଏବେକାର ନୁହେଁ । ଆଡମିଟ୍ କାର୍ଡ ମିଳିବା ବେଳେ ଏଭଳି ଭୁଲ ଥିଲା, ପିଲାଏ ଏହାକୁ ସୁଧାରିବାକୁ କହିଥିଲେ । ତଥାପି ବୋର୍ଡ ସାର୍ଟିଫିକେଟ୍ ମିଳିବା ପରେ ଏହାକୁ କାହିଁକି ଠିକ୍ କରା ଗଲାନି ତାକୁ ନେଇ ପ୍ରଶ୍ନ ଉଠିଛି ।












Click it and Unblock the Notifications