ଜନ୍ମମାଟିରେ ପହଞ୍ଚିବ ସହିଦ ସରୋଜଙ୍କ ପାର୍ଥିବ ଶରୀର
ଭୁବନେଶ୍ୱର: ଆଜି ଜନ୍ମମାଟିରେ ପହଞ୍ଚିବ ସହିଦ ସରୋଜଙ୍କ ପାର୍ଥିବ ଶରୀର । ସିକ୍କିମ ବନ୍ୟାରେ ସହିଦ ହୋଇଛନ୍ତି ଓଡ଼ିଆ ପୁଅ ସରୋଜ କୁମାର ଦାସ । ସରୋଜଙ୍କ ପାର୍ଥିବ ଶରୀର ସିକିମରୁ ପ୍ରଥମେ ସିଧା ଭୁବନେଶ୍ୱର ଅଣାଯିବ । ତା'ପରେ ତାଙ୍କ ଜନ୍ମଭୂମି କାମାକ୍ଷାନଗରର କେନ୍ଦୁଢିପକୁ ଅଣାଯିବ । ସେଠାରୁ ସହିଦଙ୍କ ପାର୍ଥିବ ଶରୀରକୁ ବିରାଟ ଶୋଭାଯାତ୍ରରେ ନିଜ ଗାଁକୁ ନିଆଯିବ ।

ଗତକାଲି ସହିଦ ସରୋଜଙ୍କ ପାର୍ଥିବ ଶରୀର ଓଡ଼ିଶାର ଆସିବାର ଥିଲା । କୌଣସି କାରଣବଶତଃ ଆସିପାରି ନଥିଲା । ଆଜି ସହିଦ ସରୋଜଙ୍କ ପାର୍ଥିବ ଶରୀର ଅପରାହ୍ନ 1.45 ମିନିଟରେ ଭୁବନେଶ୍ୱର ପହଞ୍ଚିବ । ପରେ ପାର୍ଥିବ ଶରୀରକୁ ଜନ୍ମ ମାଟି ଅଭିମୁଖେ ନିଆଯିବ । ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ତାଙ୍କ ଗାଁରେ ଶେଷକୃତ୍ୟ ସଂପନ୍ନ କରାଯିବ । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ସୂଚନାଥାଉକି, ସିକ୍କିମରେ ଭୟଙ୍କର ବନ୍ୟାରେ ଭାସିଯାଇଥିଲେ 23 ଯବାନ । ସେଥିରେ ଓଡ଼ିଶାର ସରୋଜ ଦାସ ସହିଦ୍ ହୋଇଛନ୍ତି । ବଡ଼ଭାଇ ଭିଡ଼ିଓ କଲେ ରେ ସରୋଜଙ୍କ ଚିହ୍ନଟ କରିଥିଲେ ।
ଭୁବନ ବ୍ଲକ୍ କାମାକ୍ଷାନଗର ଥାନା ଦିଘି ପଞ୍ଚାୟତ କେନ୍ଦୁଢ଼ିପ ଗାଁର ସହିଦ ସରୋଜ କୁମାର ଦାସ । ରାମଚନ୍ଦ୍ର ଦାସଙ୍କ ସାନପୁଅ ହେଉଛନ୍ତି ସରୋଜ । ସେ ହାବିଳଦାର ଭାବେ ଭାରତୀୟ ସେନାରେ କାମ କରୁଥିଲେ । ସରୋଜ ପରିବାରରେ ସବୁଠାରୁ ସାନ ଥିଲେ । ସରୋଜ 2012 ମସିହା ଅକ୍ଟୋବର 21 ତାରିଖରେ ସେନାରେ ସିପାହୀ ଭାବେ ନିଯୁକ୍ତି ପାଇଥିଲେ ।
ଅଗଷ୍ଟ ମାସରେ ଘରକୁ ବୁଲିବାକୁ ଆସି ସେପ୍ଟେମ୍ବର 6 ତାରିଖରେ ସିକିମକୁ ଡ୍ୟୁଟି ପାଇଁ ଯାଇଥିଲେ । ମଙ୍ଗଳବାର ରାତି 10 ଟା ବେଳେ ଘରକୁ ଫୋନ୍ କରି ପତ୍ନୀ ଓ ଭାଉଜଙ୍କ ସହ କଥା ହୋଇଥିଲେ । ସିକ୍କିମରେ ପ୍ରବଳ ବର୍ଷା ହେଉଥିବାରୁ ଗାଡ଼ି ଭିତରେ ରହିଥିବା କଥା ପରିବାର ଲୋକଙ୍କୁ କହିଥିଲେ ସରୋଜ । ବୁଧବାର ଦିନ 11 ଟାରେ ପରିବାର ଲୋକ ଟିଭିରେ ଯବାନଙ୍କ ନିଖୋଜ ଖବର ଦେଖି ତାଙ୍କୁ ଫୋନ କରିଥିଲେ । ହେଲେ ତାଙ୍କ ମୋବାଇଲ୍ ଫୋନ ସୁଇଚ୍ ଅଫ୍ ଥିଲା । ୟୁନିଟ ସହ କଥା ହେବା ପରେ ନିଖୋଜ ଖବର ପାଇଥିବା କହିଥିଲେ ତାଙ୍କ ବଡ଼ ଭାଇ ।












Click it and Unblock the Notifications