ଜନ୍ମମାଟିରେ ପହଞ୍ଚିବ ସହିଦ୍ ପ୍ରତାପଙ୍କ ପାର୍ଥିବ ଶରୀର
ଭୁବନେଶ୍ୱର: ଜନ୍ମମାଟିରେ ପହଞ୍ଚିବ ସହିଦ୍ ଯବାନ ପ୍ରତାପ ରଞ୍ଜନ ପରିଡ଼ାଙ୍କ ପାର୍ଥିବ ଶରୀର । ଏହା ପରେ ଆଜି ତାଙ୍କର ଅନ୍ତିମ ସଂସ୍କାର କରାଯିବ । ମେଘାଳୟରେ ସହିଦ୍ ହୋଇଥିବା ଓଡ଼ିଆ ଯବାନଙ୍କ ମର ଶରୀର ଗତକାଲି ଭୁବନେଶ୍ୱରରେ ପହଞ୍ଚିଥିଲା । ପ୍ରତାପଙ୍କ ପାର୍ଥିୀବ ଶରୀର ଭୁବନେଶ୍ୱର ବିମାନବନ୍ଦରରୁ ଖୋର୍ଦ୍ଧା ବିଏସଫ୍ କ୍ୟାମ୍ପକୁ ନିଆଯାଇଥିଲା ।

ମେଘାଳୟ ସୁରା କ୍ୟାମ୍ପରୁ ଘାଟିକୁ ଯାଇଥିବା ସମୟରେ ବିଏସଏଫ ଯବାନ ହାବିଲଦାର ପ୍ରତାପ ରଞ୍ଜନ ପରିଡ଼ାଙ୍କ ଦେହାନ୍ତ ହୋଇଥିଲା । ଯବାନ ଜଣଙ୍କ ପୁରୀ ଜିଲ୍ଲାର ଗୋପ ବ୍ଲକ ଅନ୍ତର୍ଗତ ବାଦଟରା ପଞ୍ଚାୟତର ମଲା ଗାଁର ପ୍ରତାପ ରଞ୍ଜନ ପରିଡ଼ା । ତାଙ୍କ ବୟସ 52 ବର୍ଷ ।
ମିଳିଥିବା ସୂଚନା ଅନୁସାରେ ସୁଦୂର ମେଘାଳୟ ଓ ବାଂଲାଦେଶ ସୀମା ତୁରା ନିକଟରେ କାର୍ଯ୍ୟରତ ଥିବା ସମୟରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ସେ ଏକ ଖାତକୁ ଖସି ପଡ଼ିଥିଲେ । ପରେ ତାଙ୍କୁ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ପ୍ରତାପ ସୀମା ସୁରକ୍ଷା ବାହିନୀର ଗୁଇନ୍ଦା ବିଭାଗରେ ହାବିଲଦାର ମେଜର ଭାବେ କାର୍ଯ୍ୟ କରୁଥିଲେ । ଏକ ସାଇକେଲ୍ରେ ସୀମା ଅଞ୍ଚଳରେ କାର୍ଯ୍ୟ ନିରୀକ୍ଷଣ କରିବା ସମୟରେ ଏଭଳି ଦୁଃଖଦ ଘଟଣା ଘଟିଥିବା ଜଣାଯାଇଛି ।
ପ୍ରତାପଙ୍କ ସହିଦ ହେବା ଖବର ପାଇବା ପରେ ଗୋପ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।












Click it and Unblock the Notifications