ମାର୍କେଟ୍ ବିଲ୍ଡିଂ ବନ୍ଦ : 2 ଦିନରେ ନିଷ୍ପତ୍ତି ନ ହେଲେ ରାଜଧାନୀ ବନ୍ଦ !

ଭୁବନେଶ୍ୱର: ରାଜଧାନୀର ଭିଡ଼ ବଜାର ମାର୍କେଟ୍ ବିଲ୍ଡିଂରେ ଉଠା ଦୋକାନୀ ସମସ୍ୟାକୁ ନେଇ ଗତ 5 ଦିନ ଧରି ବଜାର ବନ୍ଦ ରଖିଛନ୍ତି ସ୍ଥାୟୀ ଦୋକାନୀ ବ୍ୟବସାୟୀ ସଂଘ । ମାର୍କେଟ୍ ଭିତରୁ ଉଠା ଦୋକାନ ହବଟାଇବାକୁ ଦୀର୍ଘ ଦିନ ହେବ ଦାବି କରିଆସୁଛନ୍ତି ସ୍ଥାୟୀ ବ୍ୟବସାୟୀ ସଂଘ । ଏହାକୁ ନେଇ ବିଏମସି କୌଣସି ପଦକ୍ଷେପ ନ ନେବାରୁ 5 ଦିନ ହେବ ମାର୍କେଟ୍ ବନ୍ଦ ରହିଛି । ଏହା ପରେ ଆସନ୍ତା 2 ଦିନରେ ଏହାର ସମାଧାନ ନହେଲେ ଭୁବନେଶ୍ୱର ବନ୍ଦ ପାଇଁ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ୍ ଚେତାବନୀ ଦେଇଛି ।

market building

ଏହି ପ୍ରସଙ୍ଗରେ ମାର୍କେଟ ବିଲ୍ଡିଙ୍ଗ ବ୍ୟବସାୟୀ ସଂଘ ସହ ଅନ୍ୟାନ୍ୟ ବ୍ୟବସାୟୀ ସଂଘ ସାମିଲ ହୋଇ ଆଜି ଏକ ବୈଠକ କରିଛନ୍ତି । ଏହି ବୈଠକରେ ସରକାର ତଥା ପ୍ରଶାସନକୁ ଦୁଇ ଦିନ ମହଲତ ଦେଇଛି ସଂଘ । ଦୁଇ ଦିନ ମଧ୍ୟରେ ନିଷ୍ପତ୍ତି ନନେଲେ ଭୁବନେଶ୍ୱର ବନ୍ଦ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ଅଲ୍ ଓଡିଶା ବ୍ୟବସାୟୀ ସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି । ଏପରିକି ଏହାପରେ ସଂଘ ପୁରା ରାଜ୍ୟକୁ ମଧ୍ୟ ବନ୍ଦ କରାଯିବା ନେଇ ଚେତାବନୀ ମଧ୍ୟ ଦେଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+