ପୁଣି ମାତିଲେ ମାଓବାଦୀ, କ୍ରସର ମେସିନ ସହ ଜାଳିଦେଲେ 9 ଟି ଗାଡ଼ି
ରାୟଗଡ଼ା: ପୁଣି ମାତିଲେ ମାଓବାଦୀ । ରାୟଗଡ଼ାର ମୁନିଗୁଡ଼ାରେ ଲଙ୍କାକାଣ୍ଡ ଭିଆଇଛନ୍ତି ଲାଲ ବାହିନୀ । ଦେଓକୁପୁଲି ଛକ ନିକଟରେ ଥିବା କ୍ରସରରେ ନିଆଁ ଲଗାଇ ଦେଇଛନ୍ତି । ମାଓବାଦୀମାନେ କ୍ରସରରେ 2ଟି ପ୍ରୋକଲିନ ମେସିନ, 5ଟି ହାଇୱା ଏବଂ 2 ଟି ଲୋଡର ସମେତ 9 ଗାଡ଼ି ନିଆଁ ଲଗାଇ ଦେଇଛନ୍ତି ।

ଗତକାଲି ବିଳମ୍ବିତ ରାତିରେ 10 ରୁ ଅଧିକ ମାଓବାଦୀ ଆସି ଏଭଳି କାଣ୍ଡ ଭିଆଇଛନ୍ତି । କ୍ରସର କର୍ମଚାରୀଙ୍କ ଠାରୁ ମୋବାଇଲ୍ ଛଡାଇ ନେଇଯାଇଛନ୍ତି ।ବାଂଶଧାରା ଘୁମୁସର ନାଗାବଳୀ ଡିଭିଜନ ପକ୍ଷରୁ ମାଓ ପୋଷ୍ଟର ଲାଗିଥିବା ଜଣାପଡିଛି ।
ପୋଷ୍ଟରରେ 5ଟି ଦାବି ରଖିଥିଲେ ମାଓବାଦୀ । ଦାବି ମଧ୍ୟରେ ଶ୍ରମିକଙ୍କୁ ଶୋଷଣ କରାଯାଉଥିବା, କ୍ରସର ଲାଗ ବାୟୁ ପ୍ରଦୂଷଣ, କ୍ରସରରୁ ବହୁ ମାତ୍ରାରେ ଶବ୍ଦ ବାହାରିବା ଭଳି ଦାବି ଉଲ୍ଲେଖ ରହିଛି । ଘଟଣାସ୍ଥଳରେ ମୁନିଗୁଡା ପୋଲିସ୍ ପହଞ୍ଚି ପୋଷ୍ଟର ଜବତ କରିବା ସହ ତଦନ୍ତ ଜାରି ରଖିଛି ।












Click it and Unblock the Notifications