Get Updates
Get notified of breaking news, exclusive insights, and must-see stories!

ପୁଣି ମାତିଲେ ଲାଲବାହିନୀ, ନୂଆପଡ଼ାରେ ଲାଗିଲା ପୋଷ୍ଟର

ନୂଆପଡ଼ା: କିଛି ମାସ ବ୍ୟବଧାନ ପରେ ପୁଣି ମାତିଲେ ମାଓବାଦୀ । ପୋଲିସ ଓ ପ୍ରଶାସନକୁ ଖୁଲମଖୁଲ ଚ୍ୟାଲେଞ୍ଜ କରି ନିଜର ଉପସ୍ଥିତି ଜାହିର କରିଛନ୍ତି । ନୂଆପଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି ଲାଲବାହିନୀ ପୋଷ୍ଟର । ନୂଆପଡ଼ା ଥାନା ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଠରୁ ମାତ୍ର 7 କିମି ଦୂର ସାରାବଙ୍ଗ ଗାଁର 4ଟି ସ୍ଥାନରେ ସ୍ଥାନରେ ମାଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି ।

maoist

ଉଲ୍ଲେଖଥାଉକି, ଡିସେମ୍ବର 2 ରୁ 8 ତାରିଖ ଯାଏଁ ମାଓବାଦୀମାନେ ପିଏଲଜି ସପ୍ତାହ ପାଳନ କରୁଥିବା ବେଳେ ଲାଲ ବ୍ୟାନର ଉପରେ ଧଳା ଅକ୍ଷରରେ ହିନ୍ଦୀ ଭାଷାରେ ଲେଖାଯାଇଛି । ଲାଞ୍ଜିମାର ଓ ସାରାବଙ୍ଗ ସ୍ଥିତ କେନାଲ ନିକଟରେ ମାଓବାଦୀଙ୍କ ଦ୍ଵାରା ମାଓ ବ୍ୟାନର ଲଗାଯାଇଛି । ସାରାବଙ୍ଗ ଗାଁର ଶିବ ମନ୍ଦିର କାନ୍ଥ, ଶ୍ୟାମସୁନ୍ଦର କମ୍ପ୍ଲେକ୍ସ ଏବଂ ମଦଭାଟି ଛକରେ ଗୋଟିଏ ଗୋଟିଏ ଲେଖାଏଁ ମାଓ ବ୍ୟାନର ଲାଗିଥିବା ନେଇ ଗ୍ରାମବାସୀ ଦେଖିଥିବା କହିଛନ୍ତି ।

ସାରାବଙ୍ଗ ଗାଁ ରେ ମାଓ ବ୍ୟାନର ଲାଗିଥିବା ନେଇ ଚର୍ଚ୍ଚା ହେବାପରେ ନୂଆପଡ଼ା ଥାନା ଅଧିକାରୀ ଖବର ପାଇ ପୋଲିସ ଟିମ ପହଞ୍ଚି ବିଭିନ୍ନ ସ୍ଥାନରୁ ମାଓ ବ୍ୟାନର ଜବତ କରିଥିବା ଜଣାପଡିଛି । ନୂଆପଡ଼ା ଜିଲ୍ଲାରେ ପୁଣି ମାଓବାଦୀମାନେ ଅଭୟାରଣ୍ୟ ରେ ରହିଥିବା ନେଇ ଚର୍ଚ୍ଚା ହେଉଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ମାଓବାଦୀ ଦମନ କରିବା ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ କ୍ୟାମ୍ପ ଖୋଲି ପୁଲିସ ନିୟୋଜିତ କରି ମାଓବାଦୀଙ୍କ ସ୍ଥିତି ଅନୁଧ୍ୟାନ କରୁଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+