ଲାଲବାହିନୀର ବର୍ବରକାଣ୍ଡ, ପୁଲିସ୍ ଇନଫର୍ମର ସନ୍ଦେହରେ ଦୁଇ ଜଣଙ୍କୁ ହତ୍ୟା
ମାଲକାନଗିରି: ପୁଣି ମାତିଲେ ଲାଲ ବାହିନୀ । ମାଲକାନଗିରି ସୀମାନ୍ତରେ ବର୍ବର କାଣ୍ଡ ଭିଆଇଛନ୍ତି ମାଓବାଦୀ । ପୁଲିସ ଇନଫର୍ମର ସନ୍ଦେହରେ ଦୁଇ ଗ୍ରାମବାସୀଙ୍କୁ ହତ୍ୟା କରିଥିବାର ଖବର ମିଳିଛି । ମୃତକ ଦୁଇ ଜଣ ହେଲେ ଛତିଶଗଡ଼ ସୁକୁମା ଜିଲ୍ଲା ଦୁଲେଡ୍ ଗାଁର ବାସିନ୍ଦା ସୋଡି ହୁଙ୍ଗା ଏବଂ ମାଡଭି ନନ୍ଦା ।

ମାଓବାଦୀଙ୍କ ମାନଙ୍କ ପାମେଡ଼ କ୍ଷେତ୍ର କମିଟି ଏହି ହତ୍ୟା ପାଇଁ ନିଜକୁ ଦାୟୀ କରିଛି । ଉଭୟ ଗ୍ରାମବାସୀଙ୍କୁ ପୁଲିସ ଇନଫର୍ମର ବୋଲି ଆଗରୁ ନକ୍ସଲମାନେ ଘୋଷଣା କରିଥିଲେ ବି ଉଭୟେ ଏହାକୁ ଖାତିର କରିନଥିଲେ । ଘଟଣା ସମ୍ପର୍କରେ ଅଧିକ ଛାନବିନ କରୁଛି ସୁକମା ପୋଲିସ । ତେବେ ତଦନ୍ତ ପରେ ସ୍ପଷ୍ଟ ହେବ ପ୍ରକୃତ ଘଟଣା । ସେପଟେ ମାଓବାଦୀଙ୍କ ଏମିତି କାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।












Click it and Unblock the Notifications