ମାଓବାଦୀଙ୍କ ନାରୀକୟ କାଣ୍ଡ, ପୋଲିସ୍ ଇନଫର୍ମର ସନ୍ଦେହରେ ଦୁଇ ଜଣଙ୍କୁ ହତ୍ୟା
ମାଲକାନଗିରି: ଛତିଶଗଡ଼ର ସୁକମା ଜିଲ୍ଲାରେ ନାରକୀୟ କାଣ୍ଡ ଭିଆଇଛନ୍ତି ମାଓବାଦୀ । ଘରୁ ଉଠାଇ ନେଇ କରିଛନ୍ତି ହତ୍ୟା । ପ୍ରଜାକୋର୍ଟରେ ଗ୍ରାମର ନାଏବ ସରପଞ୍ଚ ଏବଂ ଜଣେ ଗ୍ରାମବାସୀଙ୍କୁ ନିସ୍ତୁକ ମାଡ଼ ମାରିବା ସହ ହତ୍ୟା କରିଛନ୍ତି ।

ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀ ମାନେ ଏପରି କାଣ୍ଡ କରିଥିବା ଜଣାପଡ଼ିଛି । ମୃତଦେହ ନିକଟରେ ଦକ୍ଷିଣ ବସ୍ତର ନକ୍ସଲ ସଂଗଠନ ପୋଷ୍ଟର ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଛି । ପୋଷ୍ଟରରେ ଦକ୍ଷିଣ ବସ୍ତର ନକ୍ସଲ ସଂଗଠନ ଏହି ହତ୍ୟାକାଣ୍ଡ ପାଇଁ ନିଜକୁ ଦାୟୀ କରିଛି ।
ମାଓବାଦୀମାନେ ବୁର୍ଖାପାଲ ଗାଁର ନାଏବ ସରପଞ୍ଚ ମାଡଭି ଗଙ୍ଗା ଓ ଅନ୍ୟଜଣଙ୍କୁ ଅପହରଣ କରିନେଇଥିଲେ । ମାଡଭି ଗଙ୍ଗାଙ୍କୁ ତାଙ୍କ ଘରୁ ମଙ୍ଗଳବାର ବିଳମ୍ବିତ ରାତିରେ ମାଓବାଦୀମାନେ ଉଠାଇ ନେଇ ଯାଇଥିଲେ ।
ଅଞ୍ଚଳର ଲୋକମାନେ ଏହି ଖବର ପାଇବା ମାତ୍ରେ ସେମାନଙ୍କୁ ଛାଡ଼ିଦେବାକୁ ଗଣମାଧ୍ୟମ ମାଧ୍ୟମରେ ମାଓବାଦୀମାନଙ୍କୁ ନିବେଦନ କରିଥିଲେ । ଏହି ଘଟଣା ଚିଣ୍ଟାଗୁଫା ପୁଲିସ ଥାନା ଅଞ୍ଚଳରେ ଘଟିଛି ।












Click it and Unblock the Notifications