ମାତିଲେ ଲାଲବାହିନୀ, ଯବାନଙ୍କ ଗଳା କାଟି କଲେ ହତ୍ୟା
ମାଲକାନଗିରି: ପୁଣି ମାତିଲେ ଲାଲବାହିନୀ । ଭିଆଇଲେ ଲଙ୍କାକାଣ୍ଡ । ଜଣେ ସିଏଏଫ୍ ଯବାନଙ୍କ ଗଳାକାଟି ହତ୍ୟା କରିଛନ୍ତି ଲାଲ୍ ବାହିନୀ । ପ୍ରାଣ ହରାଇଥିବା ଯବାନ ଜଣକ ହେଲେ କମାଣ୍ଡର ତିଜାଓ ରାମ ଭୁଆର୍ଯ୍ୟ । ସେ ବିଜାପୁର ଜିଲ୍ଲା କୁଟୁରୁ ଥାନା ଅନ୍ତର୍ଗତ ସିଏଏଫର ଚତୁର୍ଥ ବାଟାଲିୟନରେ କମାଣ୍ଡର ଭାବେ କାର୍ଯ୍ୟରତ ଥିଲେ ।

ମାଲକାନଗିରି-ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ ଛତିଶଗଡ ଆର୍ମ ଫୋର୍ସ କଂପାନୀ କମାଣ୍ଡରଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳୁ ସେ କୋଣସି କାମରେ ବାହାରକୁ ଯାଇଥିବାବେଳେ, ଏହି ସମୟରେ ଯବାନଙ୍କୁ ଟାଙ୍ଗିଆରେ ଅତର୍କିତ ଆକ୍ରମଣ କରି ମାଓବାଦୀ ହତ୍ୟା କରିଥିଲେ । ମାଓବାଦୀଙ୍କ ସ୍ମଲ ଆକ୍ସନ ଟିମ ଏହି ବିଭତ୍ସହତ୍ୟା କରିଥିବା ସୂଚନା ମିଳିଛି । ଘଟଣା ପରେ ପୋସ ପକ୍ଷରୁ କୁମ୍ବିଂ ଅପରେସନ ଆରମ୍ଭ ହୋଇଥିବା ନେଇ ସୂଚନା ରହିଛି । ସାପ୍ତାହିକ ହାଟକୁ ଯାଇଥିବା ବେଳେ ସିଏଏଫ୍ ଯବାନଙ୍କୁ ଗଳାକାଟି ହତ୍ୟା କରିଛନ୍ତି ଲାଲ୍ ବାହିନୀ । ରବିବାର ସକାଳେ କ୍ୟାମ୍ପ ପାଇଁ ହାଟକୁ ସୌଦା କିଣିବାକୁ ଯାଇଥିଲେ । ଘଟଣା ପରେ ସାପ୍ତାହିକ ହାଟ ବନ୍ଦ ହୋଇଯାଇ ଥିବା ବେଳେ ପୋଲିସ ପକ୍ଷରୁ କୁମ୍ବିଂ ଅପରେସନ ଆରମ୍ଭ ହୋଇଥିବା ନେଇ ସୂଚନା ଦେଇଛନ୍ତି ବିଜାପୁର ଏସପି ଜିତେନ୍ଦ୍ର ଯାଦବ ।
-
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି; ସୁବାସିନୀ ଜେନା -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଏମ୍ଏସ୍ ଧୋନିଙ୍କ ନାଁରେ ଥିବା କ୍ରିକେଟ ଷ୍ଟାଡିୟମ ସିଲ୍ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ












Click it and Unblock the Notifications