Get Updates
Get notified of breaking news, exclusive insights, and must-see stories!

ମାତିଲେ ଲାଲବାହିନୀ, ପୋଲିସ୍ ଇନଫର୍ମର ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା

ଫୁଲବାଣୀ: ମାତିଲେ ଲାଲବାହିନୀ । ଛତିଶଗଡ଼ରେ ଗତ କିଛି ଦିନ ଧରି ଲାଲବାହିନୀଙ୍କ ଉପସ୍ଥିତି ନଜରକୁ ଆସିଥିବା ବେଳେ ବର୍ତ୍ତମାନ ଓଡ଼ିଶାର ଫୁଲବାଣୀରେ ଭିଆଇଛନ୍ତି ବର୍ବର କାଣ୍ଡ । ଦମ୍ପତିଙ୍କୁ ନିର୍ମମ ହତ୍ୟା କରି ଫୋପାଡ଼ି ଦେଇଛନ୍ତି ।

Maoist

ପୋଲିସ ଇନଫର୍ମର ସନ୍ଦେହରେ ଦମ୍ପତିଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । କନ୍ଧମାଳ ଜିଲ୍ଲା ସଲାଗୁଡ଼ା ପଞ୍ଚାୟତ କୁସେରି ଗାଁରେ ମାଓବାଦୀମାନେ ଏଭଳି ବର୍ବର କାଣ୍ଡ ଘଟାଇଛନ୍ତି । ସ୍ୱାମୀ ଦାହିରା କହଁର ଓ ସ୍ତ୍ରୀ ବତାସି କହଁରଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି । ପୋଲିସ ଘଟଣାର ତଦନ୍ତ କରୁଛି ।

ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ 9 ଟା ସମୟରେ କିଛି ନକ୍ସଲ ଆସି ଦମ୍ପତିଙ୍କୁ ଘରୁ ଉଠାଇ ନେଇଥିଲେ । ଆଜି ସକାଳେ ଦମ୍ପତିଙ୍କ ମୃତଦେହ ଜଙ୍ଗଲରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ନକ୍ସଲମାନେ ସେମାନଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ବାଡ଼େଇ ବାଡ଼େଇ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ନକ୍ସଲ ଦମ୍ପତିଙ୍କୁ ହତ୍ୟା କରି ଜଙ୍ଗଲ ପକାଇ ଦେବା ପରେ ଅଞ୍ଚଳବସୀ ଭୟଭୀତ ହୋଇପଡ଼ିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+