ସୀମାନ୍ତରେ ମାତିଲେ ମାଓବାଦୀ, ବସ୍ ସହ ଜାଳିଦେଲେ 3 ଗାଡ଼ି
ସୁକମା: ରାଜ୍ୟର ସୀମାନ୍ତରେ ପୁଣି ମାତିଲେ ଲାଲାବାହିନୀ । ଛତିଶଗଡ଼-ଓଡ଼ିଶା ସୀମାନ୍ତରେ ମାତିଛନ୍ତି ମାଓବାଦୀ । ସୁକୁମା ଜିଲ୍ଲାରେ ଲଙ୍କାକାଣ୍ଡ ଭିଆଇଛନ୍ତି ।
ଗୋଟିଏ ବସ୍ ସମେତ 3 ଟି ଗାଡ଼ିରେ ନିଆଁ ଲଗାଇ ଦେଲେ ଲାଲବାହିନୀ । ଆସିରଗୁଡା ନିକଟରେ ମୁଖ୍ୟରାସ୍ତାରେ ବସ୍ ଅଟକାଇ ଜାଳିଦେଲେ ମାଓବାଦୀ । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି ।

ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ସୁରକ୍ଷା ବାହିନୀ । ସୁରକ୍ଷା ଦୃଷ୍ଟି କୋଣରୁ ସୁକୁମା-କୋଣ୍ଟା ରାସ୍ତାରେ ଯାନବାହାନ ଚଳାଚଳ ବନ୍ଦ କରାଯାଇଛି । 15 ରୁ 20 ମାଓବାଦୀ ପୋଡ଼ାଜଳାରେ ସାମିଲ ହୋଇଥିବା ସୂଚନା ମିଳିଛି । ସୁରକ୍ଷା ବାହିନୀ ଘଟଣାସ୍ଥଳରେ କମ୍ବିଂ ଅପରେସନ ଆରମ୍ଭ କରିଛି ।












Click it and Unblock the Notifications