Get Updates
Get notified of breaking news, exclusive insights, and must-see stories!

କୂଳ ଲଂଘୁଛି ମନ୍ତେଇ ନଦୀ: ଧସିଲା ସୁରକ୍ଷା ବନ୍ଧ, ଲୋକଙ୍କୁ କୁମ୍ଭାରୀ ଭୟ

କୂଳ ଲଂଘୁଛି ମନ୍ତେଇ ନଦୀ । ଆଉ ଲୋକଙ୍କୁ କୁମ୍ଭୀର ଭୟ । ଦଶ ଦିନ ତଳେ ଏହି ସୁରକ୍ଷା ବନ୍ଧରେ ପଥ ପ୍ୟାକିଂ ହୋଇଥିଲା । ହେଲେ ଏବେ ସେହି ବନ୍ଧରୁ ଶହେରୁ ଫୁଟର ଫାଟ ସୃଷ୍ଟି ହୋଇଛି । ଯାହାକୁ ନେଇ ଭୟରେ ନଦୀକୂଳିଆ ବାସୀ ଅଛନ୍ତି ।

ଭଦ୍ରକ ଜିଲ୍ଲା ଚାନ୍ଦବାଲି ଚରଦିଆ ପଞ୍ଚାୟତ କନକପଲ୍ଲୀ ନିକଟରେ ଥିବା ମନ୍ତେଇ ନଦୀର ପ୍ରାୟ ୧୦୦ ଫୁଟ ବନ୍ଧ ଧସିଛି । ଯାହାକୁ ନେଇ ଗ୍ରାମବାସୀ ଚିନ୍ତାରେ ।

ସୂଚନା ଅନୁସାରେ, ଚଉଦିଆ ପଞ୍ଚାୟତ ଭାଗ୍ୟ ଓ ଭବିଷ୍ୟତ କୁହାଯାଉଥିବା କନକପଲ୍ଲୀ ସ୍ଥିତ ମନ୍ତେଇ ନଦୀର ସୁରକ୍ଷା ବନ୍ଧ ଏବେ ବିପଦ ସଙ୍କୁଳ ଅବସ୍ଥାରେ ଅଛି । ଯାହାକୁ ନେଇ ଭୟରେ ନଦୀକୂଳିଆ ବାସୀ । ଲୋକଙ୍କୁ ଘାରିଛି କୁମ୍ଭାରୀ ଭୟ । ଯଦି ନଦୀ ବନ୍ଧ ଭାଙ୍ଗିଯାଏ, ତେବେ ମନ୍ତେଇ ନଦୀରେ ଥିବା କୁମ୍ଭୀର ଜନବସତି ମୁହାଁ ହେବେ । ଯାହା ଭୟର କାରଣ ପାଲଟିଛି ।

Mantei River

ଜଳସମ୍ପଦ ବିଭାଗର ଖାମ୍‌ଖିଆଲି ମନୋଭାବ ପାଇଁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ନଦୀ ବନ୍ଧର ସୁଦୃଢୀକରଣ ନାଁରେ କୋଟି କୋଟି ଟଙ୍କା ହୋଇଛି । ହେଲେ ଲୋକେ ଅସୁବିଧାର ସମ୍ମୁଖିନ ହେଉଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+