ମନମୋହନ ସାମଲଙ୍କୁ ରାଜ୍ୟ ବିଜେପି ଅଧ୍ୟକ୍ଷ ଦାୟିତ୍ୱ

ଭୁବନେଶ୍ୱର: ରାଜ୍ୟ ବିଜେପିକୁ ମିଳିଳା ନୂଆ ଅଧ୍ୟକ୍ଷ । ମନମୋହନ ସାମଲ ହେଲେ ରାଜ୍ୟ ବିଜେପି ଅଧ୍ୟକ୍ଷ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହି ଦାୟିତ୍ୱ ମନମୋହନଙ୍କ ଉପରେ ନ୍ୟସ୍ତ କରିଛନ୍ତି ।
ଏହା ପରେ ସମୀର ମହାନ୍ତିଙ୍କ ସ୍ଥାନ ନେବେ ମନମୋହନ ସାମଲ । ତାଙ୍କ ଉପରେ ବିଶ୍ୱାସ ରଖିଥିବାରୁ ମନମୋହନ ସାମଲ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ।
2004 ରୁ 2009 ପର୍ଯ୍ୟନ୍ତ ଧାମନଗରର ବିଧାୟକ ଥିଲେ ମନମୋହନ । ବିଜେଡି-ବିଜେପି ମେଣ୍ଟ ସରକାରରେ ମଧ୍ୟ ମନ୍ତ୍ରୀ ଥିଲେ । ଏପରିକି ଏହି ଦାୟିତ୍ୱ ପୂର୍ବରୁ ମଧ୍ୟ ତୁଲାଇଛନ୍ତି ମନମୋହମ ସାମଲ ।
ଦାୟିତ୍ୱ ନେବା ପରେ ନିଜ ପ୍ରତିକ୍ରିୟା ରଖି ମନମୋହନ କହିଛନ୍ତି, ସମସ୍ତଙ୍କୁ ସାଙ୍ଗରେ ନେଇ କାମ କରିବି । ଦଳ ରାଜ୍ୟରେ ଚାଲିଥିବା ଅନ୍ୟାୟ ଅତ୍ୟାଚାର ଓ ଦୁର୍ନୀତି ବିରୋଧରେ ଲଢିବ ବୋଲି କହିଛନ୍ତି ଶ୍ରୀ ସାମଲ ।












Click it and Unblock the Notifications