ବିଜେଡ଼ିରେ ମିଶିଲେ ମନ୍ମଥ ରାଉତରାୟ

ଭୁବନେଶ୍ୱର: ଶଙ୍ଖ ଧରିଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ । ଶଙ୍ଖ ଭବନରେ ମିଶ୍ରଣ ପର୍ବରେ ବିଜେଡ଼ିରେ ସାମିଲ ହେଲେ । ବହୁ ସମର୍ଥକ ଓ କର୍ମୀଙ୍କ ସହ ବିଜେଡିରେ ଯୋଗଦେଇଛନ୍ତି ମନ୍ମଥ ।

Manmath Routray

ଦୀର୍ଘ ଦିନ ଧରି ସେ ବିଜେଡ଼ିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର୍ ଧରିଥିଲା । କ୍ୟାପଟେନ ମନ୍ମଥ ରାଉତରାୟ ପୁରୁଣା ଭୁବନେଶ୍ୱର ମାଉସୀ ମା ଛକରୁ ସମର୍ଥକଙ୍କ ସହ ବିରାଟ ପଟୁଆରରେ ଯାଇ ଶଙ୍ଖ ଭବନରେ ପହଞ୍ଚିଥିଲେ । ଏହା ପରେ ସାଂସଦ ମାନସ ମଙ୍ଗରାଜ ଓ ବରିଷ୍ଠ ନେତା ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି ।

କିଛି ମାସ ତଳେ ପାଇଲଟ ଚାକିରୀରୁ ସ୍ୱେଛାକୃତ ଅବସର ନେଇ ରାଜନୀତିରେ ପାଦ ଥାପିଥିଲେ । ପ୍ରଥମରୁ ବାପାଙ୍କ ପଥ ଅନୁସରଣ କରି ମନ୍ମଥ ମଧ୍ୟ ଜଟଣୀରୁ କଂଗ୍ରେସ ଟିକେଟରେ ଲଢିବା ନେଇ ଚର୍ଚ୍ଚା ହେଉଥିଲା । ତେବେ ସେ ସମୟରେ କଂଗ୍ରେସରୁ ଲଢିବେନି ବୋଲି ମନା କରିଥିଲେ ମନ୍ମଥ ।ବର୍ତ୍ତମାନ ସେ ବିଜେଡ଼ିରେ ସାମିଲ ହେବା ପରେ ଜଟଣୀ ଆସନରୁ ଲଢିପାରନ୍ତି ବୋଲି କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ଅନ୍ୟ ପକ୍ଷରେ ସେ ଭୁବନେଶ୍ୱର ଲୋକସଭା ଆସନରୁ ଲଢିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ଜୋର୍ ଧରିଛି ।

ଏପଟେ ପୁଅ ବିଜେଡିରେ ସାମିଲ ହେଲେ ମଧ୍ୟ ମନ୍ମଥ କିମ୍ବା ବିଜେଡି ପାଇଁ କେବେ ବି ପ୍ରଚାର କରିବେ ନାହିଁ ବୋଲି ସ୍ପଷ୍ଟ କହିଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ । କଂଗ୍ରେସର ମୋର ଜନ୍ମ, ଏବଂ କଂଗ୍ରେସରେ ହିଁ ମୋର ମୃତ୍ୟୁ ହେବ ବୋଲି କହିଛନ୍ତି ସୁର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+