Get Updates
Get notified of breaking news, exclusive insights, and must-see stories!

ପୁଣି ଅଶାନ୍ତ ହେଲା ମଣିପୁର, ଇଣ୍ଟରନେଟ୍ ସେବା ବ୍ୟାନ୍

ଇମ୍ଫାଲ୍: ପୁଣି ତେଜିଲା ମଣିପୁର ହିଂସା । ଦୁଇ ଶିକ୍ଷାର୍ଥୀଙ୍କ ମୃତଦେହର ଫଟୋ ଭାଇରାଲ ହେବା ପରେ ଅଶାନ୍ତ ହୋଇପଡିଛି ମଣିପୁର । ଏଥିପାଇଁ ମଣିପୁରରେ ମୋବାଇଲ ଇଣ୍ଟରନେଟ ସେବା ବ୍ୟାନ କରି ଦିଆଯାଇଛି ।

ମାତ୍ର 2 ଦିନ ତଳେ ମଣିପୁରରେ ଇଣ୍ଟରନେଟ ସେବା ସ୍ୱାଭାବିକ ହୋଇଥିଲା । ହେଲେ ପରିସ୍ଥିତି ଅଶାନ୍ତ ହେବାରୁ ପୁଣିଥରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ଅସ୍ଥାୟୀ ଭାବେ ମୋବାଇଲ ଇଣ୍ଟନନେଟ ସେବାକୁ ବନ୍ଦ କରାଯାଇଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଅକ୍ଟୋବର ପହିଲାରେ କାର୍ଯ୍ୟକାରୀ ହେବ ।

manipur violence

ଏଥିପାଇଁ ମେ' ମାସ ଆରମ୍ଭରୁ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଥିଲା । କିନ୍ତୁ ଧୀରେଧୀରେ ସ୍ଥିତି ସ୍ୱାଭାବିକ ହେବାରୁ ଦୁଇ ଦିନ ତଳେ ହିଁ ଇଣ୍ଟରନେଟ ସେବା ଆରମ୍ଭ ହୋଇଥିଲା । କିନ୍ତୁ ଦୁଇ ଜଣ ଶିକ୍ଷାର୍ଥୀଙ୍କ ମୃତଦେହର ଫଟୋ ଭାଇରାଲ ହେବାରୁ ରାଜ୍ୟରେ ବିକ୍ଷୋଭ ଦେଖାଯାଇଥିଲା । ରାଜ୍ୟର ଜଣେ ଛାତ୍ର ଓ ଆଉ ଜଣେ ଛାତ୍ରୀଙ୍କୁ ଅପହରଣ କରିବା ପରେ ନିର୍ମମ ଭାବେ ହତ୍ୟା କରାଯାଇଛି ।

ଆଦିବାସୀ ଓ ଅଣଆଦିବାସୀଙ୍କ ସଂଘର୍ଷ ଯୋଗୁ ମଣିପୁର ସ୍ଥିତି ବେହାଲ ହୋଇଥିଲା । ଏଥିପାଇଁ ମେ' ମାସ ଆରମ୍ଭରୁ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଥିଲା । କିନ୍ତୁ ଧୀରେଧୀରେ ସ୍ଥିତି ସ୍ୱାଭାବିକ ହେବାରୁ ଦୁଇ ଦିନ ତଳେ ହିଁ ଇଣ୍ଟରନେଟ ସେବା ଆରମ୍ଭ ହୋଇଥିଲା । କିନ୍ତୁ ଦୁଇ ଜଣ ଶିକ୍ଷାର୍ଥୀଙ୍କ ମୃତଦେହର ଫଟୋ ଭାଇରାଲ ହେବା ପରେ ରାଜ୍ୟରେ ପୁଣି ଅଶାନ୍ତ ପରିସ୍ଥିତି ଉପୁଜିଥିଲା ।

ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ନ୍ୟାୟ ପାଇଁ ଶିକ୍ଷାର୍ଥୀମାନେ ରାଜରାସ୍ତାକୁ ଓହ୍ଲାଇଥିଲେ । ଶିକ୍ଷାର୍ଥୀମାନେ ନ୍ୟାୟ ଦାବିରେ ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହଙ୍କ ବାସଭବନ ଆଡ଼କୁ ଶୋଭାଯାତ୍ରା କରିବାର ଥିଲା । କିନ୍ତୁ ସେମାନଙ୍କୁ ସୁରକ୍ଷାକର୍ମୀମାନେ ଅଟକାଇବାରୁ ସ୍ଥିତି ବେକାବୁ ହୋଇଥିଲା । ବିକ୍ଷୋଭକାରୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଥିଲା ।

ସେମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଲୁହ ବୁହା ଗ୍ୟାସ ଓ ଧୂଆଁ ବାହାରୁଥିବା ବୋମା ମାଡ଼ କରାଯାଇଥିଲା । ଏଥିରେ ଅନେକ ଶିକ୍ଷାର୍ଥୀ ଆହତ ହୋଇଥିଲେ । ସେମାନଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏହାକୁ ନେଇ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଘଟଣାକୁ ନେଇ ସୋସିଆଲ ମିଡିଆରେ ଅପପ୍ରଚାର କରାଯାଉଛି । ଏହାଦ୍ୱାରା ସାର୍ବଜନୀନ ସମ୍ପତ୍ତି କ୍ଷତିଗ୍ରସ୍ତ ହେବା ସହ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବାର ଆଶଙ୍କା ରହିଛି । ତେଣୁ ସରକାର ଆଜି ଠାରୁ ମୋବାଇଲ ଇଣ୍ଟରନେଟ ସେବାକୁ ବନ୍ଦ କରି ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+