ବିଜେଡ଼ିରେ ମାନସ ମଙ୍ଗରାଜଙ୍କୁ ବଡ଼ ଦାୟିତ୍ୱ
ଭୁବନେଶ୍ୱର: ବିଜେଡ଼ିରେ ମାନସ ମଙ୍ଗରାଜଙ୍କୁ ବଡ଼ ଦାୟିତ୍ୱ । ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ମୁଖ୍ୟ ସଚେତକ ହେଲେ ସାଂସଦ ମାନସ ମଙ୍ଗରାଜ । ମୁଖ୍ୟ ସଚେତକ ଭାବେ ନିଯୁକ୍ତି ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ଏ ନେଇ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସୂଚନା ଦେଇଛନ୍ତି । ପୂର୍ବରୁ ବିଜେଡି ସୁପ୍ରିମୋ ତାଙ୍କୁ ଯେଉଁ ଦାୟିତ୍ୱ ଦେଇଛନ୍ତି ତାକୁ ସେ ସୁଚାରୁ ରୂପେ ତୁଲାଇଛନ୍ତି । ଏବେ ନୂଆ ଦାୟିତ୍ୱ ଦେଇଥିବାବେଳେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବୋଲି କୁହାଯାଇପାରେ ।












Click it and Unblock the Notifications