ଏଣିକି ଜଙ୍ଗଲରେ ନିଆଁ ଲଗାଇଲେ ଗିରଫ ହେବେ
ଯଦି କେହି ଜଙ୍ଗଲରେ ନିଆଁ ଲଗାନ୍ତି ସଂପୃକ୍ତ ଲୋକଙ୍କୁ ତୁରନ୍ତ ଗିରଫ କରାଯିବ । ଏହାସହ ଯେଉଁମାନେ ନିଆଁ ଲଗାଉଥିବା ଲୋକଙ୍କ ସୂଚନା ଦେବେ ସେମାନଙ୍କୁ 5 ହଜାର ଟଙ୍କା ମିଳିବ ।
ଭୁବନେଶ୍ୱର : ଓଡ଼ିଶାର ଜଙ୍ଗଲରେ ଏବେ ପରିସ୍ଥିତି ଅସମ୍ଭାଳ । ଯୁଆଡେ ଦେଖିବ ଖାଲି ନିଆଁ ଜଳୁଛି । ଜୀବଜନ୍ତୁଙ୍କ ଅବସ୍ଥା କହିଲେ ନସରେ । ଏପରି ସ୍ଥିତିରେ ଜଙ୍ଗଲର ନିଆଁକୁ ରୋକିବା ପାଇଁ ଏକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯାଇଛି । ଏହି ପଦକ୍ଷେପ ନେଇଛନ୍ତି ସମ୍ବଲପୁର ଡିଏଫଓ । ଯଦି କେହି ଜଙ୍ଗଲରେ ନିଆଁ ଲଗାନ୍ତି ସଂପୃକ୍ତ ଲୋକଙ୍କୁ ତୁରନ୍ତ ଗିରଫ କରାଯିବ । ଏହାସହ ଯେଉଁମାନେ ନିଆଁ ଲଗାଉଥିବା ଲୋକଙ୍କ ସୂଚନା ଦେବେ ସେମାନଙ୍କୁ 5 ହଜାର ଟଙ୍କା ମିଳିବ ବୋଲି ସେ କହିଛନ୍ତି । ଅପରପକ୍ଷରେ ନିଆଁ ଲିଭାଇବାକୁ 75 ଜଣ ସ୍ୱତନ୍ତ୍ର ବନ କର୍ମଚାରୀ ନିୟୋଜିତ ହୋଇଛନ୍ତି ବୋଲି କହିଛନ୍ତି ଡିଏଫଓ ।

ଏଠାରେ ସୂଚନାଥାଉକି, ଉତ୍ତର ଶିମିଳିପାଳର 18 ଟି ସ୍ଥାନରେ ଲାଗିଛି ନିଆଁ । ଉତ୍ତର ଡିଭିଜନର 5 ଟି ରେଞ୍ଜରେ ନିଆଁ ଲାଗିଛି । ତାଳବନ୍ଧ ରେଞ୍ଜର 4 ଟି, କେନ୍ଦୁମୁଣ୍ଡି ରେଞ୍ଜର 6 ଟି, ଗୁରୁଗୁଡ଼ିଆ ରେଞ୍ଜର 4ଟି, ବରହେଇପାଣି ରେଞ୍ଜର 3ଟି ଏବଂ ନଅଣା ରେଞ୍ଜର ଗୋଟିଏ ସ୍ଥାନରେ ନିଆଁ ଲାଗିଛି । ନିଆଁ ଲିଭାଇବା କାର୍ଯ୍ୟରେ ଆଜି ଛଅଟି ଅଗ୍ନିଶମ ବାହିନୀ ନିୟୋଜିତ ଥିବା ବେଳେ 11 ଶହରୁ ଅଧିକ ବନ ସୁରକ୍ଷା କର୍ମୀ ଏବଂ କର୍ମଚାରୀ ନିୟୋଜିତ ହୋଇଥିବା ଜଣାପଡିଛି ।












Click it and Unblock the Notifications