ଧାର ଟଙ୍କା ପାଇଁ ସାଙ୍ଗକୁ ହତ୍ୟା କରି ସାହାଯ୍ୟର ନାଟକ କରୁଥିଲା ସୈତାନ ସାଙ୍ଗ

ଭୁବନେଶ୍ୱର : ପ୍ରଥମେ ସାଙ୍ଗକୁ ପିଟିପିଚି ମାରିଲା । ତା ପରେ ସାହାଯ୍ୟ କରିବା ନାଟକ କରି ତାକୁ ଡାକ୍ତରଖାନାକୁ ନେଲା । ଏପରିକି ସାଙ୍ଗର ପରିବାର ଲୋକଙ୍କ ସହ ମଧ୍ୟ ରହିଲା । କିନ୍ତୁ ସବୁ ନାଟକ ବିଫଳ ହୋଇଗଲା । ଶେଷରେ ଧରା ପଡ଼ିଲା ସୈତାନ ସାଙ୍ଗ । ନେଇଥିବା ଧାର ଟଙ୍କା ଫେରସ୍ତ ମାଗିବାରୁ ସାଙ୍ଗକୁ ହତ୍ୟା କରିଥିବା ନେଇ ଜଣାପଡ଼ିଛି ।

murder

ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖୋଦ୍ ରାଜଧୀନୀ ଭୁବନେଶ୍ୱରରେ । ବିକାଶ, ଅମିତ ଓ ଲକ୍ଷ୍ମଣ ତିନି ସାଙ୍ଗ । ବିକାଶର ଶିରିପୁର ଅଞ୍ଚଲରେ ଅଛଇ ଏକ ପାନ ଦୋକାନ । ଅମିତ ଠାରୁ ବିକାଶ କିଛି ଟଙ୍କା ଧାର ନେଇଥିଲା । ପ୍ରାୟ ଟଙ୍କା ସୁଝି ଦେଇଥିବା ବେଳେ ଆଉ 20 ହଜାର ଟଙ୍କା ଦେଇ ନଥିଲା । ଏହି ବାକି ଟଙ୍କା ମାଗିବାକୁ ଅମିତ ଓ ଲକ୍ଷ୍ନଣ ଯାଇଥଇବା ବେଳେ ଝଗଡ଼ା ହୋଇଥିଲା । ଏହା ପରେ ବିକାଶ ଦୁଇ ସାଙ୍ଗଙ୍କୁ ମାରି ମାରି ବେହୋସ କରିଦେଇଥିଲା ।

ଏହା ପରେ ନାଟକ ରଚିଥିଲା ସୈତାନ ସାଙ୍ଗ । ଅନ୍ୟ ଲୋକଙ୍କ ସାହାଯ୍ୟରେ ନୀରିହ ବ୍ୟକ୍ତି ଭଳି ସେମାନଙ୍କୁ ଡାକ୍ତରଖାନା ନେବା ସହ ଅମିତ ଘର ଲୋକଙ୍କୁ ପୋନ୍ କରି କହିଥିଲା ଯେ, ସେ ମଦ୍ୟପାନ କରି ଦୁର୍ଘଟଣା ହୋଇଛି । ପରେ ହସ୍ପିଟାଲରେ ଅମିତର ମୃତ୍ୟୁ ହୋଇଥିଲା । କିନ୍ତୁ 7 ଦିନ ପରେ ପୋଷ୍ଟମର୍ଟମ ରିପୋର୍ଟ ସବୁ ସତ କୋଲିଦେଇଥିଲା । ଏହା ହତ୍ୟା ବୋଲି ଜଣାପଡ଼ିଥିଲା । ଏପରିକି ଅନ୍ୟ ସାଙ୍ଗର ଚେତା ଆସିବା ପରେ ତା ବୟାନ ଆଧାରରେ ଅଭିଯୁକ୍ତ ବିକାଶକୁ ବାନ୍ଧିଛଇ ପୋଲିସ୍ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+