କୁନି ଝିଅକୁ ଧରି ନଦୀକୁ ଡେଇଁଲେ ବାପା
ଭଦ୍ରକ: ଅଢେଇ ବର୍ଷର କୁନି ଝିଅକୁ ଧରି ବୈତରଣୀ ନଦୀକୁ ଡେଇଁଲେ ବାପା । ପୋଲ ଉପରେ ସ୍କୁଟି ଓ ଚପଲ ଥିବାରୁ ଏ ନେଇ ସନ୍ଦେହ କରାଯାଉଛି । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଆଖୁଆପଦା ସ୍ଥିତ ବୈତରଣୀ ନଦୀର ପୋଲ ଉପରୁ ଡେଇଁ ପଡିଥିବା ସୂଚନା ମିଳିଛି ।
ନଦୀକୁ ଡେଇଁଥିବା ବ୍ୟକ୍ତି ଜଣକ ହେଲେ ବାଲିପୋଖରୀ ଗାଁର ଚନ୍ଦନ ସାହୁ । ନିଜର ଅଢେଇ ବର୍ଷର ଝିଅକୁ ଧରି ନଦୀକୁ ଡେଇଁପଡିଛନ୍ତି । ତେବେ କେଉଁ କାରଣ ପାଇଁ ନଦୀକୁ ଡେଇଁଛନ୍ତି । ସେନେଇ ସଠିକ୍ କାରଣ ଜଣାପଡିନାହିଁ । ସେପଟେ ଅଘଟଣ ସଂପର୍କରେ ସୂଚନା ପାଇଁ ଭଣ୍ଡାରିପୋଖରୀ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହେଲେ ଏବେ ଯାଏଁ ଉଭୟଙ୍କର କୌଣସି ପତ୍ତା ମିଳିନାହିଁ ।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ 9.30 ମିନିଟ୍ ସମୟରେ ଵାଲିପୋଖରୀ ପଞ୍ଚାୟତ ପରମାନନ୍ଦପୁର ଗାଁର ଚନ୍ଦନ ସାହୁ ଓ ତାଙ୍କ ନାବାଳିକା ଝିଅ ମଟର ସାଇକେଲରେ ଆସି ପୋଲ ଉପରେ ରହିଥିଲେ । ସେଠାରେ ଚନ୍ଦନ ବାଇକ୍, ମୋବାଇଲ୍ ଓ ଜୋତା ରଖି ବାପଝିଅ ନଦୀକୁ ଡେଇଁ ପଡ଼ିଥିଲେ ।
ସ୍ଥାନୀୟ ଲୋକେ ଏନେଇ ପୁଲିସ୍ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ବାପଝିଅଙ୍କୁ ଆଖପାଖରେ ଖୋଜି ଖୋଜି କରିଥିଲେ, ହେଲେ ପାଇ ନଥିଲେ । ଅନ୍ଧାର ପାଇଁ ନଦୀ ଭିତରେ ଖୋଜା ଖୋଜି କରିନଥିଲେ । ଆଜି ସକାଳେ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରୁଛନ୍ତି ।
ଚନ୍ଦନଙ୍କ ପତ୍ନୀ ଏକ ମାସ ପୂର୍ବରୁ ଆତ୍ମହତ୍ୟା କରିଥିଲେ । ପାରିବାରିକ କଳହ ପାଇଁ ଏପରି ଘଟିଥିବା ସନ୍ଦେହ କରାଯାଉଛି ।












Click it and Unblock the Notifications