ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ମମତା
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ମମତା ବାନାର୍ଜୀ । ଅପରାହ୍ନ ସାଢେ 4 ଟା ବେଳେ ନବୀନଙ୍କୁ ଭେଟିବେ ମମତା । ଏହି ସାକ୍ଷାତକୁ ମମତା ସୌଜନ୍ୟମୂଳକ ସାକ୍ଷାତ ହେବ ବୋଲି କହିଛନ୍ତି ।

ଭୁବନେଶ୍ୱର : ତିନିଦିନିଆ ଓଡ଼ିଶା ଗସ୍ତରେ ଅଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହି ସମୟରେ ଗତକାଲି ଅପରାହ୍ନରେ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି ।
ଏହା ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ମମତା ବାନାର୍ଜୀ । ଅପରାହ୍ନ ସାଢେ 4 ଟା ବେଳେ ନବୀନଙ୍କୁ ଭେଟିବେ ମମତା । ଏହି ସାକ୍ଷାତକୁ ମମତା ସୌଜନ୍ୟମୂଳକ ସାକ୍ଷାତ ହେବ ବୋଲି କହିଛନ୍ତି । କିନ୍ତୁ ରାଜନୈତିକ କରିଡ଼ରରେ ଏହାକୁ ନେଇ ଅଲଗା ଚର୍ଚ୍ଚା ହେଉଛି । ବିଜେପି ବିରୋଧରେ ତୃତୀୟ ସାମୁଖ୍ୟ କୁ ନେଇ ମମତା ବାନାର୍ଜୀ, ନବୀନଙ୍କ ସହାୟତା ଲୋଡ଼ି ପାରନ୍ତି ବୋଲି କୁହାଯାଉଛି ।
ଉଲ୍ଲେଖଯୋଗ୍ୟ, ଗତ କିଛି ଦିନ ହେବ ମମତା ବାନାର୍ଜୀ ଏବଂ ସମାଜବାଦୀ ମୁଖ୍ୟ ଅଖିଳେଶ ଯାଦବ ସମେତ କେତେକ ନେତା ବିଜେପି ବିରୋଧରେ ତୃତୀୟ ସାମୁଖ୍ୟ ପ୍ରସ୍ତୁତ କରିବା ନେଇ ପ୍ରସ୍ତୁତି କରୁଛନ୍ତି । ଏଥିରେ ଯଦି ବିଜେଡ଼ି ସହମତି ପ୍ରକାଶ କରେ ତେବେ ତୃତୀୟ ସାମୁଖ୍ୟକୁ ବଳ ମିଳିବ ବୋଲି ମଧ୍ୟ କୁହାଯାଉଛି ।
ଏହି ଗସ୍ତ ସମୟରେ ମମତା ବାନାର୍ଜୀ ଶ୍ରୀ ମନ୍ଦିର ପରିଦର୍ଶନ କରିବା ସହ ପଶ୍ଚିମବଙ୍ଗ ଅତିଥି ଭବନ ନିର୍ମାଣ ନେଇ ରାଜ୍ୟ ସରକାର ଦେଇଥିବା ଜମିର ଅନୁଧ୍ୟାନ କରିଥିଲେ । ରାଜ୍ୟ ସରକାରଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ଗିରଳ ନିକଟ ସିପସରୁବାଲି ମୌଜା ମଙ୍ଗଳା ମୁହାଣ ନିକଟରେ ଜମି ଅନୁଧ୍ୟାନ କରିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ଏହି ଜମିରେ ପଶ୍ଚିମବଙ୍ଗରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଅତିଥି ଭବନ ନିର୍ମାଣ କରାଯିବ । ପୁରୀକୁ ପଶ୍ଚିମବଙ୍ଗରୁ ଆସୁଥିବା ଲକ୍ଷାଧିକ ଶ୍ରଦ୍ଧାଳୁ ଏହି ଅତିଥି ଭବନକୁ ବ୍ୟବହାର କରିପାରିବେ । ରାଜ୍ୟ ସରକାର କେତେ ପରିମାଣର ଜମି ଦେବେ ତାହା ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ସ୍ପଷ୍ଟ ହେବ ।












Click it and Unblock the Notifications