Get Updates
Get notified of breaking news, exclusive insights, and must-see stories!

Malkangiri Flood News : ମାଲକାନାଗିରିରେ ବନ୍ୟା ପରିସ୍ଥିତି, ଜଣଙ୍କର ମୃତ୍ୟୁ

Malkangiri Flood News: ସାରା ରାଜ୍ୟରେ ବର୍ଷା ଲାଗି ରହିଥିବା ବେଲେ ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟାଜଳରେ ଭାସି ଜଣଙ୍କର ପ୍ରାଣହାନି ହୋଇଛି । ମୃତକ ହେଲେ ରାସବେଡା ପଞ୍ଚାୟତ ମୁଦୁଲିଗୁଡା ଗାଁର ଘେନୁ ଚାଲାଣ । ଗତକାଲି ଜମିକୁ ଯାଇ ଆଉ ଘରକୁ ଫେରି ନ ଥିଲେ ଘେନୁ । ଆଜି ମୁଦୁଲିଗୁଡ଼ା-ମାଛାଗୁଡ଼ା ନାଳରୁ ମୃତଦେହ ଉଦ୍ଧାର ହୋଇଛି ।

Flood

ପ୍ରବଲ ବର୍ଶା ପରେ ଚାରିଆଡ଼େ ପାଣି ଭର୍ତ୍ତି ହେବା ସହ ବ୍ରିଜ୍ ବୁଡ଼ି ଯାଇଛି । କାଙ୍ଗୁରୁକୋଣ୍ଡା ପୋଲ ଉପରେ ଚାଲୁଛି ପାଣି । ଫଳରେ ଓଡ଼ିଶା- ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଜୀତୀୟ ରାଜପଥ ଉପରେ ମଧ୍ୟ ପାଣୁ ଚାଲୁଛି । କାଙ୍ଗୋରୁକୋଣ୍ଡା ପୋଲ ଉପରେ 10 ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି ।
ଲଗାଣ ବର୍ଷା ଯୋଗୁଁ କାଲିମେଳା ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି । ମାଲକାନଗିରି - ମୋଟୁ 326 ନମ୍ବର ଜାତୀୟ ରାଜପଥରେ ଥିବା ପୋଟେରୁ, କାଙ୍ଗୁରୁକୋଣ୍ଡା, ଏମଭି 96 ପୋଲ ଓ କାଲିମେଳା -ପଡିଆ ମୁଖ୍ୟ ରାସ୍ତାରେ ଥିବା କନ୍ୟାଶ୍ରମ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ଆନ୍ଧ୍ର, ତେଲେଙ୍ଗାନା ଓ ଛତିଶଗଡ଼ ରାଜ୍ୟକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+