Get Updates
Get notified of breaking news, exclusive insights, and must-see stories!

ଆକାଶ ମାର୍ଗ ସହ ଯୋଡ଼ି ହେବ ମାଲକାନାଗିରି, ଜାନୁଆରୀରେ ବିମାନବନ୍ଦର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲାକନାଗିରିକୁ ଉଡ଼ିବ ବିମାନ । ଆସନ୍ତା ଜାନୁଆରୀରେ ମାଲକାନାଗିରି ବିମାନବନ୍ଦରର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ପୂର୍ବରୁ ବିମାନ ବନ୍ଦର କାମ ଶେଷ କରିବାକୁ ଯୋଜନା ରଖାଯାଇଛି ।

malkangiri airport

ମାଲକାନଗିରି ସହର ଉପକଣ୍ଠରେ ଥିବା ବିମାନ ବନ୍ଦର ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରନୱେ କାମ ସମ୍ପୂର୍ଣ୍ଣ ଶେଷ ହୋଇଥିବା ବେଳେ ଟର୍ମିନାଲ ଠାରୁ ଆରମ୍ଭ କରି ଯାତ୍ରୀ ବିଶ୍ରାମାଗାର କାମ ମଧ୍ୟ ଶେଷ ହେବାକୁ ଯାଉଛି । ଖୁବଶୀଘ୍ର ରନୱେରେ ଟ୍ରାଏଲ ରନ କରିବା ଲାଗି ସ୍ଥିର ହୋଇଥିବା ବେଳେ ସମୟ ସୀମା ମଧ୍ୟରେ କାମ ସାରିବାକୁ ଦିନ ରାତି ଏକ କରି ଦେଇଛି ପ୍ରଶାସନ ।

ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିନୀଲ କ୍ରିଷ୍ଣା ନିଜ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଆଗାମୀ ଉଦଘାଟନକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ ଏହା ଏକ ଦୀର୍ଘ ଦିନର ସ୍ୱପ୍ନ କୁ ପୂରଣ କରୁଛି ଏବଂ ଓଡ଼ିଶାର ସବୁଠାରୁ ଦୂରବର୍ତ୍ତୀ ଜିଲ୍ଲା ଖୁବ୍ ଶୀଘ୍ର ନିର୍ଦ୍ଧାରିତ ବିମାନ ଯୋଗେ ଯୋଡ଼ି ହେବ ।

94.5 ହେକ୍ଟର ଜମିରେ ପରିବ୍ୟାପ୍ତ ମାଲକାନାଗିରି ବିମାନବନ୍ଦର । ଏହା ଫଳରେ ଯୋଗାଯୋଗ ବୃଦ୍ଧି ଏବଂ ଏହି ଅଞ୍ଚଳର ବିକାଶକୁ ତ୍ୱରାନ୍ୱିତ କରିବ । ପାଖାପାଖି 33 କୋଟି ଟଙ୍କା ବିନିଯୋଗରେ ତିଆରି ହୋଇଥିବା ଏହି ବିମାନବନ୍ଦର ଏକ ଗୁରୁତ୍ୱପୂର୍ଣ୍ଣ ପରିବହନ କେନ୍ଦ୍ରରେ ପରିଣତ ହେବାକୁ ଯାଉଛି ।

ନୂଆବର୍ଷରୁ ମାଲାକାନଗିରି ବିମାନବନ୍ଦରରୁ ବିମାନ ଉଡ଼ିବା ନେଇ 5-ଟି ଅଧ୍ୟକ୍ଷ ପୂର୍ବରୁ ଘୋଷଣା କରି ସାରିଥିବା ବେଳେ ଏବେ ଡିସେମ୍ବର ଶେଷ ସୁଦ୍ଧା ରନୱେରେ ଟ୍ରାଏଲ ରନ୍ ସାରିବା ଲାଗି ଲକ୍ଷ୍ୟ ରଖାଯାଇଛି । ତେଣୁ ନିର୍ଧାରିତ ସମୟ ସୀମା ମଧ୍ୟରେ କାମ ସାରିବାକୁ ଦିନ ରାତି ଏକ କରି ଦେଇଛନ୍ତି, ଠିକାଦର, ଯନ୍ତ୍ରୀ ଓ ବିଭାଗୀୟ ଅଧିକାରୀ । ଜୟପୁର ବିମାନ ବନ୍ଦର ତୁଳନାରେ ମାଲକାନଗିରି ବିମାନ ବନ୍ଦରର ଲମ୍ବ ଓ ଓସାର ଅଧିକ । ମାଲାକାନଗିରି ବିମାନ ବନ୍ଦରର ରନୱେର ଲମ୍ବ 16ଶହ 20 ମିଟର ହୋଇଥିବା ବେଳେ ଓସାର 30 ମିଟର । ଆବଶ୍ୟକସ୍ଥଳେ ଏହାକୁ 3 ହଜାର ମିଟର ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇପାରେ ବୋଲି ଜଣାପଡ଼ିଛି । ଆଗାମୀ ଦିନ କେଇଟା ମଧ୍ୟରେ ଏଠାରେ ଡିଜିସିଏ ପକ୍ଷରୁ ଟ୍ରାଏଲ ରନ କରାଯିବ ବୋଲି ଜଣାପଡ଼ିଛି । ଜାନୁଆରୀ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲାକାନଗିରି ବିମାନ ବନ୍ଦରର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+