ଉପାନ୍ତରୁ ଉଡ଼ିବ ବିମାନ, ଆକାଶ ମାର୍ଗରେ ଯୋଡ଼ି ହେବ ମାଲକାନଗିରି
ମାଲକାନଗିରି: ଉପାନ୍ତ ରୁ ଉଡିବ ବିମାନ । ଆକାଶ ମାର୍ଗରେ ଯୋଡ଼ି ହେବ ମାଲକାନଗିରି । ଆଜି ଲୋକାର୍ପିତ ହେବ ବିମାନ ବନ୍ଦର । ଦିନ 11.45 ମିନିଟ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ନୂଆ ବିମାନବନ୍ଦରର ଶୁଭାରମ୍ଭ ହେବ । ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ବିମାନ ଯୋଗେ ମାଲକାନଗିରିରେ ପହଞ୍ଚିବେ ଏବଂ ବିମାନ ବନ୍ଦରର ଲୋକାର୍ପଣ କରିବେ ।

ଏହା ପୂର୍ବରୁ ମାଲକାନଗିରି ବିମାନ ବନ୍ଦରରେ ଟ୍ରାଏଲ ରନ୍ ସଫଳ ହୋଇଛି । ସଫଳତାର ସହ ଅବତରଣ କରିଛି ଭିଟି 100 ଉଡାଜାହାଜ ।
106 ହେକ୍ଟର ଜମିରେ ନିର୍ମିତ ଏହି ବିମାନ ବନ୍ଦରରେ 1620 ମିଟର ରନୱେ ପ୍ରସ୍ତୁତ ହୋଇଛି । 30 ମିଟର ଓସାର ହେଉଛି ବିମାନବନ୍ଦରର ରନୱେ । ସେହିପରି ବିମାନ ବନ୍ଦରର ଲମ୍ବ 3 ହଜାର ମିଟର ଓ ଓସାର 315 ମିଟର ।
2022 ନଭେମ୍ବର 1 ତାରିଖରେ ଆରମ୍ଭ ହୋଇଥିବା ଏହି କାମ ମାତ୍ର 14 ମାସରେ ଶେଷ ହୋଇଛି । ରାଜ୍ୟ ସରକାରଙ୍କ 54 କୋଟି ଅନୁଦାନରେ ନିର୍ମାଣ ହୋଇଛି ଏହି ବିମାନବନ୍ଦର । ଟର୍ମିନାଲ, ଗେଷ୍ଟ ହାଉସ ସହ ବିଶାଳ ପାର୍କିଂ ବ୍ୟବସ୍ଥା ମଧ୍ୟ ରହିଛି । ଆଗାମୀ ଦିନରେ ଡିଜିସିଏର ଅନୁମୋଦନ ପରେ ଯାତ୍ରୀବାହୀ ବିମାନ ଉଡ଼ାଣ ଆରମ୍ଭ ହେବ ।












Click it and Unblock the Notifications