ଆଇପିଏସ୍ ସ୍ତରରେ ଅଦଳବଦଳ, ବଦଳିଲେ ପୁଲିସ୍ କମିଶନର
ଭୁବନେଶ୍ୱର: ଆଇଏଏସ୍, ଆଇଆଇସି ପରେ ଆଇପିଏସ୍ ସ୍ତରରେ ହୋଇଛି ଅଦଳ ବଦଳ । ଏହା ସହ ବଦଳିଛନ୍ତି ଭୁବନେଶ୍ୱର-କଟକ ପୁଲିସ୍ କମିଶନର । ବରିଷ୍ଠ ଆଇପିଏସ୍ ଅଫିସର ସଞ୍ଜୀବ ପଣ୍ଡା ହୋଇଛନ୍ତି ନୂଆ ପୁଲିସ୍ କମିଶନର । ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି ।

ଏହି ପରି 18 ଜଣ ଆଇପିଏସ ଅଫିସରଙ୍କୁ ଅଦଳ ବଦଳ କରାଯାଇଛି । ଗୃହ ବିଭାଗର ସ୍ଵତନ୍ତ୍ର ସଚିବ ଡ. ଶ୍ରୀମତି ସନ୍ତୋଷ ବାଲାଙ୍କୁ ଓଡିଶା ପୋଲିସ ହାଉସିଂ ଓୟାର କର୍ପୋରେସନର ସିଏମଡି ଭାବେ ଅବସ୍ଥାପିତ କରାଯାଇଛି । ପୂର୍ବାଞ୍ଚଳର ଆଇଜି ଥିବା ହିମାଂଶୁ ଲାଲଙ୍କୁ ଉତ୍ତରାଞ୍ଚଳ ଆଇଜି ପଦବୀକୁ ବଦଳି କରାଯାଇଛି । ଉତ୍ତରାଞ୍ଚଳ ପୋଲିସ ଆଇଜି ଥିବା ଦୀପକ କୁମାରଙ୍କୁ ଏନସିଆର ତାଳଚେରର ଆଇଜି ଭାବେ ଅବସ୍ଥାପିତ କରାଯାଇଛି । ଏହା ସହ ଅନୁଗୁଳ ପୋଲିସ ଟ୍ରେନିଂ ସେଣ୍ଟରର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ଵ ଦିଆଯାଇଛି । ଦକ୍ଷିଣାଞ୍ଚଳ ପୋଲିସ ଆଇଜି ସତ୍ୟବ୍ରତ ଭୋଇଙ୍କୁ ପୂର୍ବାଞ୍ଚଳ ପୋଲିସ ଆଇଜି ଭାବେ ଅବସ୍ଥାପିତ କରାଯାଇଛି ।
ଏସଟିଏଫର ଅପରାଧ ଶାଖା ଆଇଜି ଜେଏନ ପଙ୍କଜଙ୍କୁ ଦକ୍ଷିଣାଞ୍ଚଳ ଆଇଜି ସହ ବ୍ରହ୍ମପୁର ସ୍ଥିତ ଏସଟିଏଫ ଇଓଡବ୍ଲ୍ୟୁର ଆଇଜି ଭାବେ ଅତିରିକ୍ତ ଦାୟିତ୍ଵ ଦିଆଯାଇଛି । ସେହିଭଳି ପୁରୀ ଏସପି ତଥା ଡିଆଇଜି କନଓ୍ଵର ବିଶାଲ ସିଂଙ୍କୁ କଟକ ଡିସିପି ଭାବେ ବଦଳି କରାଯାଇଛି । ତାଙ୍କୁ ଡିଆଇଜିପି ରାଙ୍କ ଦିଆଯାଇଛି । କଟକ ଡିସିପି ପିନାକ ମିଶ୍ରଙ୍କୁ ପୁରୀ ଏସପି ଭାବେ ବଦଳି କରାଯାଇଛି ।
ପୋଲିସ ମୁଖ୍ୟାଳୟର ଅତିରକ୍ତି ଆଇଜି ଥିବା ବି ଯୁଗୋଳ କିଶୋର କୁମାରଙ୍କୁ କେନ୍ଦ୍ରାପଡା ଏସପି ନିଯୁକ୍ତ କରାଯାଇଛି । ସେହିଭଳି କେନ୍ଦ୍ରାପଡାର ଏସପି ଭାବେ କାର୍ଯ୍ୟ କରୁଥିବା ଏମ ସନ୍ଦୀପ ସମ୍ପଦଙ୍କୁ ଢେଙ୍କାନାଳ ଏସପି ପଦବୀକୁ ବଳଦଳି କରାଯାଇଛି । ରାୟଗଡା ଏସପି ଥିବା ବିବେକାନନ୍ଦ ଶର୍ମାଙ୍କୁ ପୋଲିସ ମୁଖ୍ୟାଳୟର ଅତିରିକ୍ତ ଆଇଜି ଭାବେ ବଦଳି କରଯାଇଛି । ଢେଙ୍କାନାଳ ଏସପି ଭାବେ କାର୍ଯ୍ୟ କରୁଥିବା ଓପିଏସ ଅଫିସର ଜ୍ଞାନରଞ୍ଜନ ମହାପାତ୍ରଙ୍କୁ ସ୍ପେଶାଲ ବ୍ରାଞ୍ଚ ଏସପି ଭାବେ ଭୁବନେଶ୍ଵରକ ବଦଳି କରାଯାଇଛି ।
ସୋନପୁର ଏସପି ଓପିଏସ ଅଫିସର ଅମେଶର କୁମାର ପଣ୍ଡାଙ୍କୁ ପୋଲିସ ମୁଖ୍ୟାଳୟର ଅତିରିକ୍ତ ଆଇଜି ଭାବେ ଅବସ୍ଥାପିତ କରାଯାଇଛି । ଦେବଗଡ଼ ଏସପି ପିକେ ମିଶ୍ରଙ୍କୁ ରାଉରକେଲାର ଏସଆରପି ପଦବୀକୁ ବଦଳି କରାଯାଇଛି । ସେହିପରି ସ୍ପେଶାଲ ବ୍ରାଞ୍ଚ ଏସପି ରାମପ୍ରସାଦ ସାହୁଙ୍କୁ ଦେବଗଡ ଏସପି ପଦବୀକୁ ବଦଳି କରାଯାଇଛି । ଜୟପୁର ଏସଡିପିଓ ହରିଶ ବିସିଙ୍କୁ ରାୟଗଡା ଏସପି ଭାବେ ଅବସ୍ଥାପିତ କରାଯାଇଛି । ବାଲିଗୁଡା ଏସଡିପିଓ ୟଶ ପ୍ରତାପ ଶ୍ରୀମାଲଙ୍କୁ ସୋନପୁର ଏସପି ଭାବେ ବଦଳି କରାଯାଇଛି ।












Click it and Unblock the Notifications