Get Updates
Get notified of breaking news, exclusive insights, and must-see stories!

ମାହାଙ୍ଗା ଡବଲ ମର୍ଡର ମାମଲା: ପ୍ରତିକ୍ରିୟା ରଖିଲେ ପ୍ରତାପ ଜେନା, ‘ଏହା ବିରୋଧୀ ଦଳଙ୍କ ରାଜନୈତିକ ଷଡ଼ଯନ୍ତ୍ର...'

ମାହାଙ୍ଗା ଡବଲ ମର୍ଡର ମାମଲା: ମାହାଙ୍ଗା ଡବଲ୍ ମର୍ଡର ଘଟଣାରେ ବିଧାୟକ ପ୍ରତାପ ଜେନାଙ୍କ ନାଁ ମାମଲା ଚାଲୁ ରଖିବାକୁ କୋର୍ଟଙ୍କ ନିର୍ଦ୍ଦେଶ ପରେ ସେ ପ୍ରତିକ୍ରିୟା ରଖିଛନ୍ତି । ଏହି ପ୍ରସଙ୍ଗରେ ବିରୋଧୀଙ୍କୁ ଦାୟୀ କରିଛନ୍ତି ପ୍ରତାପ । ଏହି ଘଟଣାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କହିଛନ୍ତି ପ୍ରତାପ ।

"ଏହା ବିରୋଧୀ ଦଳଙ୍କ ରାଜନୈତିକ ଷଡ଼ଯନ୍ତ୍ର । 'ମୋ ଠାରୁ ପରାଜିତ ବିରୋଧୀ ବିଜେପି ପ୍ରାର୍ଥୀ ଏହା କରିଛନ୍ତି । ମୋ ବିରୋଧରେ ଷଡ଼ଯନ୍ତ୍ର କରି ଫସାଇବାକୁ ଉଦ୍ୟମ କରୁଛନ୍ତି ।" ବୋଲି କହିଛନ୍ତି ପ୍ରତାପ ।

Pratap Jena

ଏପରିକି କୋର୍ଟରେ ତଥ୍ୟ ରଖିଥିବା ବ୍ୟକ୍ତିଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ପ୍ରତାପ । ମାହାଙ୍ଗାରେ ବିକାଶକୁ ସହି ପାରୁ ନାହାନ୍ତି ବିରୋଧୀ । ବିଭିନ୍ନ ଗଣ ମାଧ୍ୟମରେ ମୋ ବିରୁଦ୍ଧରେ ଅପ ପ୍ରଚାର ଚାଲିଛି । ରାଜନୈତିକ ଉଦେଶ୍ୟ ରଖି ମତେ ବଦନାମ କରାଯାଉଛି ବୋଲି ପ୍ରତିକ୍ରିୟାରେ କହିଛନ୍ତି । ମୋ ସହ ସମସ୍ତଙ୍କ ନାର୍କୋ ଟେଷ୍ଟ କରାଯାଉ ବୋଲି କହିଛନ୍ତି ପ୍ରତାପ ଜେନା । ତେବେ ପ୍ରତାପ ଜେନାଙ୍କ ଅଭିଯୋଗ ପରେ ବିଜେପି ପକ୍ଷରୁ ପ୍ରତିକ୍ରିୟା ମିଳିନାହିଁ ।

ସୂଚନା ଥାଉକି, ମାହାଙ୍ଗା ଡବଲ ମର୍ଡର ଘଟଣାରେ ପ୍ରତାପଙ୍କୁ ଅଭିଯୁକ୍ତ ଦର୍ଶାଇ ତାଙ୍କ ବିରୋଧରେ ହତ୍ୟା, ହତ୍ୟା ଷଡ଼ଯନ୍ତ୍ର ଓ ଧମକ ଆଦି ଏକାଧିକ ସଙ୍ଗୀନ ଦଫାରେ ମାମଲା ଚାଲୁ ରଖିବାକୁ ସାଲେପୁର JMFC କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କେବଳ ଏତିକି ନୁହେଁ, ଧର୍ତ୍ତବ୍ୟ ଅପରାଧ ଭାବେ ମାମଲା ଚାଲୁ ରଖିବାକୁ ବି କୋର୍ଟ କହିଛନ୍ତି । ତା' ସହ ପ୍ରତାପ ବିଧାୟକ ହୋଇଥିବାରୁ ମାମଲାର ବିଚାର ପ୍ରକ୍ରିୟାକୁ ଭୁବନେଶ୍ବର ସ୍ପେଶାଲ କୋର୍ଟକୁ ସ୍ଥାନାନ୍ତର କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+