Get Updates
Get notified of breaking news, exclusive insights, and must-see stories!

ମାହାଙ୍ଗା ଡବଲ ମର୍ଡର: ବଢିଲା ପ୍ରତାପ ଜେଲାଙ୍କ ଅଡ଼ୁଆ, ମାମଲା ଚାଲୁ ରଖିବାକୁ JMFC କୋର୍ଟଙ୍କ ନିର୍ଦ୍ଦେଶ

Mahanaga Double Murder Case: ମାହାଙ୍ଗା ଡବଲ ମର୍ଡର ମାମଲାରେ ବଢିଲା ବିଧାୟକ ପ୍ରତାପ ଜେନାଙ୍କ ଅଡ଼ୁଆ । ପ୍ରତାପଙ୍କ ନାଁରେ ମାମଲା ଚାଲୁ ରଖିବାକୁ ସାଲେପୁର JMFC କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ହତ୍ୟା, ହତ୍ୟା ଷଡ଼ଯନ୍ତ୍ର ଓ ଧମକ ଆଦି ଦେଇଥିବା ଦଫାରେ ମାମଲା ଚାଲୁ ରହିବ ବୋଲି କୋର୍ଟ କହିଛନ୍ତି ।

କୋର୍ଟଙ୍କ ନିର୍ଦ୍ଦେଶରେ ସ୍ପଷ୍ଟ ଉଲ୍ଲେଖ ରହିଛି ଯେ, ଅଭିଯୋଗକାରୀ ଓ ସାକ୍ଷୀମାନଙ୍କର ବୟାନ ଏବଂ ବିଭିନ୍ନ ରେକର୍ଡପତ୍ର ଗୁଡ଼ିକୁ ଦେଖିଲେ ଆପାତତଃ ପ୍ରତାପ ଜେନାଙ୍କ ବିରୋଧରେ ପ୍ରମାଣଯୋଗ୍ୟ ତଥ୍ୟ ରହିଛି । ପ୍ରତାପ ଜେନା ବର୍ତ୍ତମାନ ବିଧାୟକ ହୋଇଥିବାରୁ ମାମଲାକୁ ଭୁବନେଶ୍ୱର ସ୍ପେଶାଲ କୋର୍ଟକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ହୋଇଛି ।

Pratap Jena

ସୂଚନାଥାଉ କି, ଚଳିତ ବର୍ଷ ଜାନୁଆରୀରେ ପ୍ରତାପ ଜେନାଙ୍କ ନାଁରେ ଚୁଡାନ୍ତ ରିପୋର୍ଟର ପ୍ରୋଟେଷ୍ଟ ପିଟିସନ୍ ଦାଖଲ ପାଇଁ ସାଲେପୁର JMFC କୋର୍ଟ ଅନୁମତି ଦେଇଥିଲେ । ଏତଲାରେ ପ୍ରତାପଙ୍କ ନାଁ ଅଭିଯୁକ୍ତ ତାଲିକାରେ ଥିବା ସତ୍ତ୍ୱେ ମାହାଙ୍ଗା ପୋଲିସ ମନ ଇଚ୍ଛା ତାଙ୍କ ନାଁ ବିନା କାଟି ଦେଇଥିଲା । କେସ୍‌ ରିପୋର୍ଟରେ ତାଙ୍କ ନାଁ ନଥିବା ଜଣାପଡ଼ିବା ପରେ ଏହାକୁ ବିରୋଧ କରାଯାଇଥିଲା ।

ପ୍ରତାପ ଜେନାଙ୍କ ନାଁକୁ ରଖି ଆଉଥରେ ତଦନ୍ତ ରିପୋର୍ଟ ଦାଖଲ କରିବା ପାଇଁ ସାଲେପୁର JMFC କୋର୍ଟରେ ନିବେଦନ କରାଯାଇଥିଲା । କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ପୋଲିସ ପୁଣିଥରେ ତଦନ୍ତ କରି ରିପୋର୍ଟ ଦାଖଲ କରିଥିଲା । ସେଥିରେ ପୁଣିଥରେ ପ୍ରତାପ ଜେନାଙ୍କ ନାଁ ନ ଥିବାରୁ ମୃତ କୁଳମଣି ବରାଳଙ୍କ ପୁଅ ରମାକାନ୍ତ ବରାଳ ଅସନ୍ତୁଷ୍ଟ ଥିଲେ ଏବଂ ପୁଣିଥରେ ପ୍ରୋଟେଷ୍ଟ ପିଟିସନ୍ ଦାଖଲ କରିବାକୁ ଚାହୁଁଥିଲେ ।

ମାହାଙ୍ଗା ଡବଲ ମର୍ଡର ମାମଲାର ତଦନ୍ତ କରୁଥିଲା ମାହାଙ୍ଗା ପୋଲିସ । ମୃତକଙ୍କ ପରିବାର ଲୋକେ ସେମାନଙ୍କ ଏତଲାରେ ସିଧାସଳଖ ବିଧାୟକ ନାଁ ଉଲ୍ଲେଖ କରିଥିଲେ । ପ୍ରତାପ ଜେନା ହିଁ ଏହି ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ସେମାନେ ଅଭିଯୋଗ କରିଥିଲେ । କିନ୍ତୁ ପୋଲିସ୍ ମାମଲାର ତଦନ୍ତ କରି ଚାର୍ଜସିଟ୍ ଦାଖଲ କରିବା ସମୟରେ ପ୍ରତାପଙ୍କ ନାଁ ନଥିଲା । ପ୍ରତାପ ଜେନାଙ୍କୁ ପୋଲିସ୍ କ୍ଲିନ୍‌ଚିଟ୍ ଦେଇଥିଲା । ଏହି ମାମଲାରେ ପ୍ରତାପ ଜେନାଙ୍କର କିଛି ସଂପୃକ୍ତି ନାହିଁ ବୋଲି ଚାର୍ଜସିଟ୍‌ରେ ଦର୍ଶାଯାଇଥିଲା । ପୋଲିସର ଚାର୍ଜସିଟ ଦାଖଲ ପରେ ମୃତକଙ୍କ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ । ପରବର୍ତ୍ତୀ ସମୟରେ ମୃତ କୁଳମଣି ବାରିକଙ୍କ ପରିବାର ପକ୍ଷରୁ ଏକ ପ୍ରୋଟେଷ୍ଟ ପିଟିସନ ଦାଖଲ କରାଯାଇଥିଲା । ଏହି ମାମଲା ହାଇକୋର୍ଟରେ ପହଞ୍ଚି ଥିଲା । ହାଇକୋର୍ଟ ମାମଲାର ପୁନର୍ବିଚାର କରିବାକୁ ସାଲେପୁର ଜେଏମ୍‌ଏଫ୍‌ସି କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ସୂଚନାଥାଉକି, 2021 ଜାନୁଆରି 2 ତାରିଖ ରାତିରେ ମାହାଙ୍ଗା ଡବଲ ମର୍ଡର ହୋଇଥିଲା । ଏହି ଘଟଣାରେ ବିଜେପି ନେତା କୁଳମଣି ଓ ତାଙ୍କ ସଂପର୍କୀୟ ଦିବ୍ୟସିଂହ ବରାଳଙ୍କ ମୃତ୍ୟୁ ହୋଇଥିଲା । ଅଭିଯୋଗକାରୀ ରମାକାନ୍ତ ବରାଳ 13 ଜଣଙ୍କ ନାମରେ ଅଭିଯୋଗ ଆଣିଥିଲେ । ଏଥିରୁ 9 ଜଣ ଗିରଫ ହୋଇ ସାରିଛନ୍ତି । ଏତଲା ଅନୁଯାୟୀ 13ନଂ ଅଭିଯୁକ୍ତ ଥିଲେ ପ୍ରତାପ ଜେନା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+