LPG Gas Price: ଆହୁରି କମିବାର ଥିଲା... ସାଧାରଣ ଲୋକଙ୍କୁ ବହୁତ ବାଧୁଥିଲା...
LPG Gas Price: ଉଜ୍ୱଳା ଯୋଜନାରେ ଏଲିପିଜି ସିଲିଣ୍ଡର ପିଛା 200 ଟଙ୍କା ହ୍ରାସ କରିଛନ୍ତି କେନ୍ଦ୍ର ସରକାର । ଗ୍ୟାସ୍ ଦର ଉପରେ 200 ଟଙ୍କା ସବସିଡିକୁ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ମଞ୍ଜୁରୀ ମିଳିଛି । ଉଜ୍ୱଳା ଯୋଜନା ଅଧୀନରେ ଥିବା ହିତାଧିକାରୀ ମଧ୍ୟ ଏହାର ଲାଭ ଉଠାଇପାରିବେ ।
ଆଗକୁ ନିର୍ବାଚନ ଥିବାରୁ ଏହାକୁ ଦୃଷ୍ଟିରେ ରଖି ଏଭଲି କରାଯାଇଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଗ୍ୟାସ ଦର ହ୍ରାସକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଗ୍ୟାସ ଦର 200 ଟଙ୍କା କମାଇଛନ୍ତି, ଆହୁରି କମିବାର ଥିଲା । ଆଶା କରୁଛୁ ଆହୁରି ଗ୍ୟାସ ଦର କମାଇବେ । ଗ୍ୟାସ ଦର ସୀମା ବାହାରେ ଥିଲା । ସାଧାରଣ ଲୋକଙ୍କୁ ବହୁତ ବାଧୁଥିଲା । ବର୍ତ୍ତମାନ ସ୍ଥିତିରେ ଦରଦାମ ନିୟନ୍ତ୍ରଣ ପାଇଁ ନିହାତି ଆବଶ୍ୟକ ।

ଅପରପକ୍ଷରେ ଭାରତରେ 75 ଲକ୍ଷ ନୂଆ ଉଜ୍ଜଳା ସଂଯୋଗ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି । ଏଥିମଧ୍ୟରେ 5 ଲକ୍ଷ ନୂଆ ସଂଯୋଗ ଓଡ଼ିଶାରେ ଲାଗିବ । ବର୍ଷକୁ 12ଟି ସିଲିଣ୍ଡର କମ୍ ଦରରେ ମିଳିବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।
ଧର୍ମେନ୍ଦ୍ର କହିଛନ୍ତି ଯେ, 2014 ରେ ଓଡ଼ିଶାରେ 1 କୋଟି ଘରରୁ ମାତ୍ର 22 ପ୍ରତିଶତ ଘରେ ଗ୍ୟାସ ସଂଯୋଗ ଥିଲା । ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଲାଗୁ ହେବା ପରେ 53 ଲକ୍ଷ ହିତାଧିକାରୀ ବଢିଥିଲେ । ଆଜି ରାଜ୍ୟର ପାଖାପାଖି 96 ଲକ୍ଷ ଘରେ ଗ୍ୟାସ ସଂଯୋଗ ପହଞ୍ଚି ପାରିଛି । ଆଗାମୀ ଦିନରେ ଆଉ 5 ଲକ୍ଷ ଘରେ ଏଲପିଜି ସଂଯୋଗ ହେବ । ଓଡ଼ିଶାର ମାମାନଙ୍କ ସଶକ୍ତିକରଣ ପାଇଁ ରାକ୍ଷୀ ଅବସରରେ ମୋଦି ସରକାର ବଡ ଉପହାର ଦେଇଛନ୍ତି ।












Click it and Unblock the Notifications