Get Updates
Get notified of breaking news, exclusive insights, and must-see stories!

ଗୁଳୁଗୁଳିରୁ ମିଳିବ ତ୍ରାହି, ଆଜି ଠାରୁ ହାଲୁକା ବର୍ଷା ସମ୍ଭାବନା

ଭୁବନେଶ୍ୱର: ମୌସୁମୀ ପ୍ରତ୍ୟାବର୍ତ୍ତନ ପରେ ରାଜ୍ୟରେ ନାହିଁ ବର୍ଷା । ତାତି ଓ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ରାଜ୍ୟବାସୀ । ଏଥି ମଧ୍ୟରେ ଆଜି ଠାରୁ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଫଳରେ ଅସହ୍ୟ ଗୁଳୁଗୁଳିରୁ ରାଜ୍ୟବାସୀଙ୍କୁ ମିଳିବ ଆଶ୍ୱସ୍ତି ।

rain

ଅକ୍ଟୋବରରେ ଯେଉଁଭଳି ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି ତାହା ଏବେ କ୍ରମଶଃ ହ୍ରାସ ପାଇବ । 20 ତାରିଖରୁ ଧିରେ ଧିରେ ଗରମ ହ୍ରାସ ପାଇବ । ରାଜ୍ୟର ସର୍ବନିମ୍ନ ତାପମାତ୍ରା 2 ରୁ 4 ଡିଗ୍ରୀ ଯାଏଁ କମିବା ଆରମ୍ଭ କରିବ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ । ଏଥିସହିତ ରାତିରେ ହାଲୁକା ଶୀତ ପଡ଼ିବା ଆରମ୍ଭ ହେବ ।

ଅପରପକ୍ଷରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଆଣ୍ଡାମାନସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଆଜି ଠୁ 20 ତାରିଖ ପର୍ଯ୍ୟନ୍ତ ହାଲୁକା ବର୍ଷା ହୋଇପାରେ । ଆରବ ସାଗରରେ ବାତ୍ୟା ଆସିବା ଆଶଙ୍କାକୁ ଏଡ଼ାଇ ଦେଇ ହେବ ନାହିଁ । ଏହା ହୁଏତ ଓମାନ ବା କରାଚି ଆଡ଼କୁ ମୁହାଁଇପାରେ ।

ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ପ୍ରାୟ ସେହି କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ ବଙ୍ଗୋସାଗରରେ ରହି 21 ତାରିଖ ସୁଦ୍ଧା ଲଘୁଚାପ ଓ 22 ତାରିଖ ସୁଦ୍ଧା ଅବପାତ ହେବ । ତେବେ ବାତ୍ୟା ରୂପ ନ ନେବାର ସମ୍ଭାବନା କମ୍ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+