Get Updates
Get notified of breaking news, exclusive insights, and must-see stories!

ବିଶ୍ୱ ନିଅନ୍ତାଙ୍କୁ ଏ କି ପ୍ରକାର ଭକ୍ତି ! ଟ୍ରାକ୍ଟରରୁ ଜଗନ୍ନାଥଙ୍କୁ ଫିଙ୍ଗି କଲେ ବିସର୍ଜନ...

ବାଲେଶ୍ୱର: ସାରା ଓଡ଼ିଆ ଜାତି ସହ ଜଗତର ନାଥ ସେ ଜଗନ୍ନାଥ । ତାଙ୍କ ଦର୍ଶନ ପାଇଁ ଟିକେ କେତେ ଆକୁଳ ହୁଏ ଭକ୍ତ । ତାଙ୍କ ପ୍ରତି ଅସମ୍ମାନ କଥା କେବେ ବି ଭାବି ପାରିବେନି ଭକ୍ତ । କିନ୍ତୁ ଏମିତି କିଛି ଲୋକ ଜଗନ୍ନାଥଙ୍କୁ ବିସର୍ଜନ କରିବା ସହ ଟ୍ରାକ୍ଟର ଡାଲାରୁ ଫିଙ୍ଗି ଦେଇଛନ୍ତି । ଏମିତି ଏକ ଅଭବାନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାରେ ।

lord jagannath immerssion

ଶ୍ରୀଜିଉଙ୍କ ମୂର୍ତ୍ତିକୁ ପାଣିରେ ବିସର୍ଜନ ବେଳେ ଟ୍ରାକ୍ଟରରୁ ଫିଙ୍ଗି ଦେଉଛନ୍ତି । ମହାବାହୁ ପାଣିରେ ନପଡି ଟ୍ରାକ୍ଟର ଡାଲାରେ ମୁହଁ ମାଡି ପଡିଯାଉଛନ୍ତି । ପରେ ଦୁଇ ଜଣ ବ୍ୟକ୍ତି ସେହି ମୂର୍ତ୍ତିଙ୍କୁ ଅତି କଦର୍ଯ୍ୟ ଭାବେ ତାଳସାରୀ ମହୋଦଧୀରେ ବିସର୍ଜନ କରୁଛନ୍ତି ।

ଏହି ଦୃଶ୍ୟକୁ ଦେଖିବା ପରେ ମନରେ ଗୋଟିଏ ପ୍ରଶ୍ନ ଉଠୁଛି ଏ କି ପ୍ରକାର ଭକ୍ତି ? ତେବେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ଥାନାଛକ ହେଲିପ୍ୟାଡ ପଡିଆରେ ଡିସେମ୍ବର 13 ତାରିଖରୁ 21 ତାରିଖ ପର୍ଯ୍ୟନ୍ତ ଜଗନ୍ନାଥଙ୍କ 32 ବେଶ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଶୁକ୍ରବାର କାର୍ଯ୍ୟକ୍ରମ ସରିବା ପରେ ଜଗନ୍ନାଥଙ୍କ ବେଶ ମୂର୍ତ୍ତି, ରାଧାକୃଷ୍ଣ, ଲକ୍ଷ୍ମୀ, ଶିବ ଓ ସରସ୍ୱତୀଙ୍କ ମୂର୍ତ୍ତିକୁ ବିସର୍ଜନ କରାଯାଇଛି । 10 ଟି ଟ୍ରାକ୍ଟରରେ ଠାକୁରଙ୍କ ମାଟି ମୂର୍ତ୍ତିକୁ ବିସର୍ଜନ ପାଇଁ ତାଳସାରୀ ବେଳଭୂମିକୁ ନିଆଯାଇଥିଲା । ଆଉ ବିସର୍ଜନ ବେଳେ ଏଭଳି କିଛି ଦୃଶ୍ୟ ଦେଖିବା ମିଳିଛି । ତେବେ ମହାପ୍ରଭୁ ଜଗନ୍ନାଥଙ୍କ ବିସର୍ଜନ କୁ ନେଇ ଉଠିଛି ପ୍ରଶ୍ନ । ଜଗନ୍ନାଥଙ୍କ ବିସର୍ଜନ ହେଇ ନଥାଏ ସେ ଦାରୁ ମୁର୍ତ୍ତିତି କିଭଳି ବିସର୍ଜନ କରାଗଲା ତାକୁ ନେଇ ପ୍ରଶ୍ନ‌ ଉଠିଛି । ଏଭଳି ବିସର୍ଜନକୁ ପ୍ରତି ଓଡିଆଙ୍କ ଭାବାବେଗକୁ ଆଘାତ ଦେଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+