Get Updates
Get notified of breaking news, exclusive insights, and must-see stories!

କଟକ ନେତାଜୀ ବସ୍ ଟର୍ମିନାଲ ଉଦଘାଟନ ପୂର୍ବରୁ ବିବାଦ, ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦାବି

କଟକ ନେତାଜୀ ବସ୍ ଟର୍ମିନାଲ ଉଦଘାଟନ ପୂର୍ବରୁ ମୁଣ୍ଡ ଟେକିଛି ବିବାଦ । ଏଥିରେ ସ୍ଥାନୀୟ ଯୁବକଯୁବତୀଙ୍କୁ ନିଯୁକ୍ତି ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ସ୍ଥାନୀୟ ବାସିନ୍ଦା । ଏହା ସହ ରାଜ୍ୟ ବାହାରର ସଂସ୍ଥାକୁ ନିଯୁକ୍ତି ଦାୟିତ୍ୱ ଦିଆଯିବା ନେଇ ଆପତ୍ତି ଉଠାଇଛନ୍ତି ବିଭିନ୍ନ ସଂଗଠନ ଓ ସ୍ଥାନୀୟ ବାସିନ୍ଦା ।

ସିଡିଏ ପକ୍ଷରୁ ଦିଲ୍ଲୀର ଏକ ଠିକା ସଂସ୍ଥା ଭାରତ ବିକାଶ ଗ୍ରୁପ୍ କୁ ନିଯୁକ୍ତି ଦାୟିତ୍ୱ ଦିଆଯାଇଛି । ଏପରିକି ଅନେକ ବିଭାଗରେ ନିଯୁକ୍ତ ସରିଲାଣି । କିନ୍ତୁ କଟକରେ ନିର୍ମିତ ନୂଆ ବସ୍ ଟର୍ମିନାଲରେ ସ୍ଥାନୀୟ ଲୋକଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

cuttack netaji bus terminal

ଏପରିକି ଏହି ପ୍ରତିବାଦରେ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ସହ ବିଜେଡିର କର୍ପୋରେଟର ଓ ସିଏମସିର ବିଭିନ୍ନ ପଦ ପଦବିରେ ଥିବା ନେତା ସାମିଲ ହୋଇଥିଲେ । ତରବରିଆ ଭାବେ ନିଯୁକ୍ତି ନଦେଇ ସ୍ଥାନୀୟ ଲୋକଙ୍କୁ ଅଗ୍ରାଧିକାର ଦେବା ଆବଶ୍ୟକତା ଥିଲା ବୋଲି ଦେବାଶିଷ କହିଛନ୍ତି ।
ଆସନ୍ତା 16 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକର ଏହି ଅତ୍ୟାଧୁନିକ ବସ୍ ଟର୍ମିନାଲର ଉଦଘାଟନ କରିବେ । ଏହାପୂର୍ବରୁ ଶାସକ ଦଳର ଦୁଇ ନେତା ଓ ସେମାନଙ୍କ ସମର୍ଥକଙ୍କ ଏଭଳି ପ୍ରତିବାଦକୁ ନେଇ ଚର୍ଚ୍ଚା ହେଉଛି ।

କଟକ ମହାନଗର ନିଗମ (ସିଏମ୍‌ସି) ମେୟର ସୁବାସ ସିଂହ କହିଛନ୍ତି, ଏ ସମସ୍ୟାର ସମାଧାନ କରାଯିବ । ସ୍ଥାନୀୟ ପିଲା ଯେମିତି ନିଯୁକ୍ତି ପାଇବେ, ସେ ନେଇ ଆମେ ଦାବି ଉପସ୍ଥାପନ କରିବୁ ।

ଅନ୍ୟପକ୍ଷରେ ନୂଆ ବସ୍ ଟର୍ମିନାଲର ଆହୁରି ଅନେକ କାମ ବାକି ଥିବା ବେଳେ ଏହାକୁ ସଂଯୋଗ କରୁଥିବା ରାସ୍ତା କାମ ମଧ୍ୟ ଶେଷ ହୋଇନାହିଁ । ବସ୍‌ଗୁଡ଼ିକ ଖାନନଗର ପଟେ ଯିବାକୁ ନିଷ୍ପତ୍ତି ହୋଇଥିବା ବେଳେ ରାସ୍ତା ସଂପ୍ରସାରଣ କାର୍ଯ୍ୟ ହୋଇନାହିଁ । ଆଗକୁ ଦୁର୍ଗାପୂଜା ଥିବାରୁ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇପାରେ ବୋଲି ମତ ପ୍ରକାଶ ପାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+