Get Updates
Get notified of breaking news, exclusive insights, and must-see stories!

ଦୈନିକ ଖବର କାଗଜ ବିରୋଧରେ ଠକେଇ ଅଭିଯୋଗ, ସମ୍ପାଦକ ସୌମ୍ୟ ପଟ୍ଟନାୟକଙ୍କ ବିରୋଧରେ ଅଭିଯୋଗ

ଭୁବନେଶ୍ୱର: ଓଡ଼ିଶାର ଦୈନିକ ଖବର କାଗଜ ସମ୍ବାଦ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ । ଏହାର ସମ୍ପାଦକ ସୌମ୍ୟ ପଟ୍ଟନାୟକଙ୍କ ନାଁ ରେ ଆସିଛି ଲୋନ୍ ଦୁର୍ନୀତି ଅଭିଯୋଗ । ଏହା ସହ ମାନବ ସମ୍ବଳ ବିଭାଗର ବୈଜୟନ୍ତୀ କରଙ୍କ ନାଁରେ ମଧ୍ୟ ରହିଛି ଅଭିଯୋଗ ।

ଅଭିଯୋଗ ଆଣିଛନ୍ତି ସମ୍ବାଦର ଜଣେ ପୂର୍ବତନ କର୍ମଚାରୀ । ଓକିଲଙ୍କ ସହାୟତାରେ EOWରେ ଅଭିଯୋଗ କରିଛନ୍ତି ପୂର୍ବତନ କର୍ମଚାରୀ । କର୍ମଚାରୀଙ୍କ ନାଁରେ ଫେକ୍ ଆକାଉଣ୍ଟରେ ଲୋନ୍ ଉଠାଯାଇଥିବା ଅଭିଯୋଗ ହୋଇଛି । କର୍ମଚାରୀଙ୍କ ଅଜାଣତରେ ସମ୍ବାଦ କର୍ତ୍ତୃପକ୍ଷ ଲୋନ୍ ଉଠାଇଥିବା ନେଇ ଅଭିଯୋଗ ଆସିଛି । ଫେକ୍ ଆକାଉଣ୍ଟରେ 5 ଲକ୍ଷ ଟଙ୍କା ଲୋନ୍ ଉଠା ଯାଇଥିବା ଅଭିଯୋଗ କରିଛନ୍ତି ପୂର୍ବତନ କର୍ମଚାରୀ ।

soumya patnaik

ମିଳିଥିବା ସୂଚନା ଅନୁସାରେ, ସମ୍ବାଦ ତଥା ଇଷ୍ଟର୍ଣ୍ଣ ମିଡିଆର ଜଣେ ପୂର୍ବତନ ଜିଲ୍ଲା ପ୍ରତିନିଧି ଶନିବାର EOWରେ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଛି । ଅଭିଯୋଗକାରୀଙ୍କ ଅନୁସାରେ, ଇଷ୍ଟର୍ଣ୍ଣ ମିଡିଆର ତତକାଳୀନ ଏମଡି ତଥା ବର୍ତ୍ତମାନର ମୁଖ୍ୟ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଭିନ୍ନ କର୍ମଚାରୀ ଏବଂ ସାମ୍ବାଦିକଙ୍କ ଫେକ୍ ସାଲାରି ସାର୍ଟିଫିକେଟ୍ ଜରିଆରେ କର୍ମଚାରୀଙ୍କ ନାଁରେ ବିଭିନ୍ନ ବ୍ୟାଙ୍କରୁ ଋଣ ଉଠାନ୍ତି । ଏହି ଋଣ ଟଙ୍କା ସୌମ୍ୟରଞ୍ଜନ ପଟ୍ଟନାୟକ ହଡ଼ପ କରିନିଅନ୍ତି । କର୍ମଚାରୀମାନେ ଋଣ କରିବାକୁ ମନାକଲେ ସେମାନଙ୍କୁ ଚାକିରିରୁ ବହିଷ୍କାର କରିବା ଲାଗି ମଧ୍ୟ ଧମକ ଦିଆଯାଇଥାଏ ବୋଲି ସଂପୃକ୍ତ ଅଭିଯୋଗକାରୀ EOWକୁ ଜଣାଇଛନ୍ତି ।

ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ଭୁବନେଶ୍ୱରସ୍ଥିତ ଜୟଦେବ ବିହାର ଶାଖା, ଭାରତୀୟ ଷ୍ଟେଟ୍ ବ୍ୟାଙ୍କର କଟକ ମଙ୍ଗଳାବାଗ ଶାଖା, କଟକ ଅରୁଣୋଦୟ ମାର୍କେଟ୍ ଶାଖା, ବ୍ରହ୍ମପୁର ଭାପୁର ଶାଖା, ସମ୍ବଲପୁର ଇଭିନିଂ ଶାଖା, ବାଲେଶ୍ବର ଇଣ୍ଡଷ୍ଟ୍ରିଆଲ ବ୍ରାଞ୍ଚ, ଜୟପୁର ଇଭିନିଂ ବ୍ରାଞ୍ଚ, ଅନୁଗୁଳ, ରାଉରକେଲା ଶିଳ୍ପାଞ୍ଚଳ ଆଦି ବ୍ରାଞ୍ଚରେ ଏହି ଘୋଟାଲା ହୋଇଥିବା ଅଭିଯୋଗ ହୋଇଛି ।

ଏପରିକି କଟକ ଅରୁଣୋଦୟ ମାର୍କେଟ୍ ଶାଖାର ଜଣେ ବ୍ୟାଙ୍କ ମ୍ୟାନେଜର ଏହି ଘୋଟାଲା ଲାଗି ଏକ ମାରୁତି ଏଇଟ୍ ହଣ୍ଡ୍ରେଡ କାର ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଠାରୁ ନେଇଥିବା ଅଭିଯୋଗ ହୋଇଛି । କର୍ମଚାରୀଙ୍କୁ ଲୋନ୍ ଦେବା ପାଇଁ ଇଷ୍ଟର୍ଣ୍ଣ ମିଡିଆ ମାନବ ସମ୍ବଳ ବିଭାଗର ଅଧିକାରୀ ଶ୍ରୀମତୀ ବୈଜୟନ୍ତୀ କର ବାଧ୍ୟ କରିବା ସହ ଚାକିରି ନେଇଯିବାର ଧମକ ଦେଇଥିବା ଭଳି ସଙ୍ଗୀନ ଅଭିଯୋଗ ହୋଇଛି । ଏଥିରେ ମାନବ ସମ୍ବଳ ବିଭାଗ ଓ ବିତ୍ତ ବିଭାଗର କିଛି କର୍ମଚାରୀ ସଂପୃକ୍ତ ଥିବା ଅଭିଯୋଗ ପତ୍ରରେ ସ୍ପଷ୍ଟ ଉଲ୍ଲେଖ ରହିଛି । ଏହି ଅଭିଯୋଗକୁ EOW ତଦନ୍ତ ପାଇଁ ଗ୍ରହଣ କରିଥିବା ଜଣାପଡିଛି ।
ପ୍ରତିକ୍ରିୟାରେ ଘଟଣା ସଂପର୍କରେ ଅବଗତ ନଥିବା କହିଛନ୍ତି ସୌମ୍ୟ । ଅବଗତ ହେବା ପରେ ଯାହା ପ୍ରତିକ୍ରିୟା ରଖିବେ ବୋଲି କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+