ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ରରେ ଲାଗିବ ସିସିଟିଭି, ହେବ ଲାଇଭ୍ ଷ୍ଟ୍ରିମିଂ
ଭୁବନେଶ୍ୱର: ଯୁକ୍ତ ଦୁଇ ପରୀକ୍ଷାକୁ ଆହୁରି ସ୍ୱଛ କରିବା ପାଇଁ ନିଆଯାଇଛି ଆଉ ଏକ ପଦକ୍ଷେପ । ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିବା ସହ ହେବ ଲାଇଭ୍ ଷ୍ଟ୍ରିମିଂ । ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଏପରିକି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ 2 କଲେଜ)ର ଭିତ୍ତିଭୂମି ସୁଦୃଢ଼ ନ ଥିଲେ ସେଠାରେ ଏଥର ପରୀକ୍ଷା କେନ୍ଦ୍ର ହେବ ନାହିଁ । ପରୀକ୍ଷାକୁ ନଜରରେ ରଖି ଆସନ୍ତା 15 ତାରିଖ ସୁଦ୍ଧା ସମସ୍ତ କଲେଜ କର୍ତ୍ତୃପକ୍ଷ ସିସିଟିଭି କ୍ୟାମେରାଗୁଡ଼ିକୁ ପ୍ରସ୍ତୁତ କରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏଥି ମଧ୍ୟରେ ଜାନୁଆରୀରେ ଯୁକ୍ତ 2 ପ୍ରାକ୍ଟିକାଲ ପରୀକ୍ଷା ହେବ । ତାରିଖ ସ୍ଥିର ହୋଇ ନ ଥିଲେ ମଧ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଯେଉଁ ପୂର୍ବ ବର୍ଷଗୁଡ଼ିକରେ କେତେକ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିଥିଲେ ମଧ୍ୟ ତାହା ଅଚଳ ହୋଇଯାଇଥିବା ନଜରକୁ ଆସିଛି । ତେଣୁ ପରୀକ୍ଷା ପୂର୍ବରୁ ସିସିଟିଭି ସଜାଡ଼ିବାକୁ ପରାମର୍ଶ ଦିଆଯାଇଛି ।
ଏହା ସହ ପରୀକ୍ଷା କେନ୍ଦ୍ର ହେଉଥିବା ଯେଉଁ କଲେଜ ଏପର୍ଯ୍ୟନ୍ତ ସିସିଟିଭି ଲଗାଇ ନାହାନ୍ତି, ସେମାନେ ଏ ଦିଗରେ ତୁରନ୍ତ ପଦକ୍ଷେପ ନିଅନ୍ତୁ । ପରୀକ୍ଷା କେନ୍ଦ୍ରର ରୁମ୍, ହଲ୍ ଓ ଲାବରୋଟାରିରେ ସିସିଟିଭି ରହିବା ବାଧ୍ୟତାମୂଳକ। ପରୀକ୍ଷାର ସୁପରିଚାଳନା ଲାଗି ରାଜ୍ୟରେ ପ୍ରତିଷ୍ଠା ହେବାକୁ ଥିବା 200 ରୁ ଅଧିକ ପରୀକ୍ଷା ପରିଚାଳନା ହବ୍(ଇଏମ୍ଏଚ୍)ରେ ସିସିଟିଭି ସଜାଡ଼ିବାକୁ ମଧ୍ୟ କୁହାଯାଇଛି । ସେଲ୍ଫ ଫାଇନାନ୍ସିଂ କଲେଜଗୁଡ଼ିକ ଯେତେଶୀଘ୍ର ସମ୍ଭବ ସିସିଟିଭି ଲଗାଇବା ନେଇ ସୁନିଶ୍ଚିତ କରିବେ ଏବଂ ସାମ୍ସ ଇ-ସ୍ପେସ୍ରେ ସିସିଟିଭି କ୍ୟାମେରା ଲିଙ୍କ୍ ରିପୋର୍ଟ 15 ତାରିଖ ସୁଦ୍ଧା ଦାଖଲ କରିବାକୁ ପରିଷଦ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ପ୍ରଥମ ଥର ପାଇଁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷାର ହେବ ଲାଇଭ ଷ୍ଟ୍ରିମିଙ୍ଗ । ରାଜ୍ୟର ପ୍ରତି ପରୀକ୍ଷା କେନ୍ଦ୍ର ସହ ପରୀକ୍ଷା ପରିଚାଳନା ହବ୍କୁ ଲାଇଭ ଷ୍ଟ୍ରିମିଙ୍ଗ ମାଧ୍ୟମରେ ମନିଟରିଂ କରାଯିବ । ପରୀକ୍ଷାରେ ସ୍ୱଚ୍ଛତା ପାଇଁ ବ୍ୟବସ୍ଥା ଗ୍ରହଣ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବା CHSE ।
ସୂଚନାଯୋଗ୍ୟ, ଆସନ୍ତାବର୍ଷ ଫେବୃୟାରୀ 14 ତାରିଖରୁ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେବ । ଏହି ପରୀକ୍ଷା ମାର୍ଚ୍ଚ 13 ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅବଧିରେ ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ହେବ । ପରିଷଦ ପ୍ରଥମଥର ପାଇଁ ପ୍ରାୟ 6 ମାସ ପୂର୍ବରୁ ଫର୍ମ ଫିଲଅପଠୁ ଆରମ୍ଭ କରି ପରୀକ୍ଷା ଓ ଫଳ ପ୍ରକାଶନ ସଂକ୍ରାନ୍ତରେ ବାର୍ଷିକ କ୍ୟାଲେଣ୍ଡର ଜାରି କରି ଦିଆଯାଇଛି ସୂଚନା ଦେଇଛି ।
ବାର୍ଷିକ ପରୀକ୍ଷା ନିମନ୍ତେ ଡିସେମ୍ବର 25ତାରିଖରେ ଆଡମିଟ୍ କାର୍ଡ ଅନଲାଇନରେ ଇସ୍ୟୁ କରାଯିବ । ସେହିପରି ଜାନୁୟାରୀ ପ୍ରଥମ ସପ୍ତାହରୁ ପ୍ରାକ୍ଟିକାଲ ପରୀକ୍ଷା ଓ ଫେବୃୟାରୀ 14ରୁ ମାର୍ଚ୍ଚ 13 ତାରିଖ ପର୍ଯ୍ୟନ୍ତ ଥିଓରୀ ପରୀକ୍ଷା ହେବ । ଆଉ ପରୀକ୍ଷା ଫଳ ଏପ୍ରିଲ ଶେଷ ସପ୍ତାହ ଅବା ମେ' ମାସ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ବୋଲି ପରିଷଦ ପକ୍ଷରୁ ଜାରି ବାର୍ଷିକ ଏକାଡେମିକ କ୍ୟାଲେଣ୍ଡରରେ ଉଲ୍ଲେଖ ରହିଛି ।
-
ବିବାହ ବନ୍ଧନରେ ବାନ୍ଧି ହେଲେ ଅର୍ଜୁନ-ସାନିୟା, ଗ୍ରାଣ୍ଡ ୱେଡିଂରେ ସାମିଲ ହେଲେ.... -
ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ଇସ୍ତଫା ହଇଚଇ ସୃଷ୍ଟି କରିଛି, ପ୍ରଶ୍ନ ଉଠାଇଛନ୍ତି ମମତା ବାନାର୍ଜୀ -
କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି ୯ ରାଜ୍ୟରେ ନୂଆ ରାଜ୍ୟପାଳ ଓ ଉପ-ରାଜ୍ୟପାଳ -
ଇରାନକୁ ସହର୍ଯ୍ୟା କରୁଛନ୍ତି ଚାଇନା ଓ ଋଷ ! ବଡ କଥା କହିଦେଲେ ବୈଦେଶିକ ମନ୍ତ୍ରୀ -
ମଧ୍ୟପ୍ରାଚ୍ୟ ମହାଯୁଦ୍ଧ ଭିତରେ ଭାରତ ପାଇଁ ବଡ଼ ଆଶ୍ୱସ୍ତି, କେବଳ ଏହି ସବୁ ଦେଶ ପାଇଁ ବନ୍ଦ ରହିବ ହର୍ମୁଜ ଜଳପଥ -
ଆମେରିକା ପାଇଁ ମହଙ୍ଗା ପଡୁଛି ଇରାନ ସହ ଯୁଦ୍ଧ; ୩୧ ହଜାର କୋଟିର ଖର୍ଚ୍ଚ -
ଦ୍ଧ ଭିତର ମିନିଟ୍ମ୍ୟାନ୍-୩ କ୍ଷେପଣାସ୍ତ୍ର ପରୀକ୍ଷଣ, ହିରୋସୀମାଠାରୁ କରିପାରେ.... -
ଯୁଦ୍ଧ ଯୋଗୁ ପେଟ୍ରୋଲ-ଡିଜେଲ ସଙ୍କଟ, ଭାରତ ପାଖରେ ଏତିକି ଦିନ.... -
ଆପଣ ବି ଖାଦ୍ୟ ଖାଇବାର ତୁରନ୍ତ ପରେ ପାଣି ପିଉଛନ୍ତି କି? ଜାଣନ୍ତୁ..... -
ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର -
ପାଇଲ୍ସ ସର୍ଜରୀ ପରେ ମିଳିଲାନି ଛୁଟି: ବରିଷ୍ଠ ଅଧିକାରୀଙ୍କ ଆଗରେ ପ୍ୟାଣ୍ଟ ଖୋଲିଦେଲେ ଲୋକୋ ପାଇଲଟ -
ରବିବାର ମହାମୁକାବିଲା; ବିଶ୍ବକପ୍ ଫାଇନାଲ୍ରେ ଭାରତ-ନ୍ୟୁଜିଲାଣ୍ଡ












Click it and Unblock the Notifications