ଉପାସରେ ପ୍ରଭୁ ଲିଙ୍ଗରାଜ
ଭୁବନେଶ୍ୱର: ଉପବାସରେ ପ୍ରଭୁ ଶ୍ରୀ ଲିଙ୍ଗରାଜ । ବୁଧବାର ଠାରୁ ଉପାସରେ ଅଛନ୍ତି ପ୍ରଭୁ । ବନ୍ଦ ରହିଛି ନୀତିକାନ୍ତି । ଗତକାଲି ମଙ୍ଗଳ ଆଳତି ପରଠାରୁ ଆଉ ଠାକୁରଙ୍କର କୌଣସି ନୀତିକାନ୍ତି ହୋଇନାହିଁ ।

ଜମି ବିବାଦକୁ ନେଇ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ କରିଦେଇଛନ୍ତି ସେବାୟତ । ଗତକାଲି ସକାଳୁ ସିଂହଦ୍ୱାର ଫିଟା ନୀତି ସରିବା ପରେ ହୋଇ ନଥିଲା ଆଳତୀ ନୀତି । ଏ ସବୁ ନୀତି ବ୍ରାହ୍ମଣ ପତ୍ରି ଓ ପୂଜା ପଣ୍ଡା ନିଯୋଗ କମିଟି କରିବା କଥା । ହେଲେ ସେମାନେ ଅନୁପସ୍ଥିତ ରହିବାରୁ ନୀତିକାନ୍ତି ହୋଇ ନଥିଲା । ଅନ୍ୟପଟେ ଅବକାଶ ନୀତି ବଡୁ ନିଯୋଗ କରିଛି । ନୀତି ବିଭ୍ରାଟ ପଛରେ ଲିଙ୍ଗରାଜଙ୍କ ଜାଗାକୁ ନେଇ 3 ନିଯୋଗ ମଧ୍ୟରେ ରହିଛି ବିବାଦ ।
ଗଙ୍ଗୁଆ ନିକଟରେ ଥିବା ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗାରେ ବଡୁ ନିଯୋଗର ସଭ୍ୟ ମାନେ ହାଇକୋର୍ଟରୁ ଅର୍ଡର ଆଣି କାର୍ଯ୍ୟ କରୁଛନ୍ତି l 2019 ରେ ପ୍ରଥମେ ଏହାଙ୍କୁ ବନ୍ଦ କରାଯାଇଥିଲା । ପୁନର୍ବାର ଏହି ସ୍ଥାନରେ କାମ କରାଯାଉଛି । ଏନେଇ ଜଣାଇଲା ପରେ ମଧ୍ୟ କୌଣସି ସମାଧାନ ବାଟ ବହାରୁନି । ଯାହାଫଳରେ ନୀତି ବନ୍ଦ କରାଯାଇଥିବା ପୂଜା ପଣ୍ଡା ସମ୍ପାଦକ କହିଛନ୍ତି ।
ସେପଟେ ବଡୁ ନିଯୋଗ କହିଛି, ଆମ ପକ୍ଷରୁ ସମସ୍ତ ନିତିକାନ୍ତି କରାଯାଉଛି । କିଏ କଣ ଅଭିଯୋଗ ଆଣିଛି ଆମେ ଜାଣିନାହୁଁ । ବ୍ରାହ୍ମଣ ନିଯୋଗର ପତ୍ରି ଓ ପୂଜା ପଣ୍ଡା ନିଯୋଗର ସେବାୟତ ଅନୁପସ୍ଥିତ ଥିବାରୁ ବନ୍ଦ ରହିଛି ନିତିକାନ୍ତି । ମନ୍ଦିର ପ୍ରଶାସନକୁ ଲିଖିତ ଆକାରରେ ଜଣାଇ ଦିଆଯାଇଛି । ଏହା ପଛରେ କାରଣ କଣ ରହିଛି ତାହା ମନ୍ଦିର ପ୍ରଶାସନ ବୈଠକ ପରେ ସ୍ପଷ୍ଟ ହେବ ବୋଲି ଲିଙ୍ଗରାଜ ନୀତି ସୁପରଭାଇଜର କହିଛନ୍ତି ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications