ଅଗ୍ନି-5 ମିସାଇଲ ପରୀକ୍ଷଣକୁ ନେଇ ଓଡ଼ିଶା ଆକାଶରେ ଭୟର ବାତାବରଣ
ଓଡ଼ିଶାର କିଛି ଅଞ୍ଚଳର ଆକାଶରେ ଗୁରୁବାର ସନ୍ଧ୍ୟାରେ ଦେଖିବାକୁ ମିଲିଥଇଲା ଏକ ଅଜବ ଦୃଶ୍ୟ । ଏକ ଗତିଶୀଳ ଆଲୋକ ଆକାଶରେ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏପରିକି କିଛି ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା ।
ଭୁବନେଶ୍ୱର: ଓଡ଼ିଶାର କିଛି ଅଞ୍ଚଳର ଆକାଶରେ ଗୁରୁବାର ସନ୍ଧ୍ୟାରେ ଦେଖିବାକୁ ମିଲିଥଇଲା ଏକ ଅଜବ ଦୃଶ୍ୟ । ଏକ ଗତିଶୀଳ ଆଲୋକ ଆକାଶରେ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏପରିକି କିଛି ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । କିଛି ଲୋକ ଏହାକୁ ଏଲିଅନଙ୍କର ଉଡ଼ନ୍ତା ଥାଳିଆ କହୁଥିବା ବେଳେ କିଛି ଏହାକୁ ଧୂମକେତୁ କିମ୍ବା ଉଲକାପିଣ୍ଡ ବୋଲି ମଧ୍ୟ କହିଥିଲେ । ସନ୍ଧ୍ୟା ସମୟରେ ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାର କେତେକ ଅଞ୍ଚଳରେ ଏହି ଦୃଶ୍ୟ ଦେଖିବାକୁ ମଳିଥିଲା ।

କିନ୍ତୁ ଏହାର କିତି ସମୟ ପରେ ସମସ୍ତ କଳ୍ପାନାଜଳ୍ପନା ଉପରୁ ହଟିଥିଲା ପରଦା । ଏହା ଅଗ୍ନି-5 ବାଲିଷ୍ଟିକ ମିସାଇଲ ଥିଲା ବୋଲି ଜଣାପଡ଼ିଥିଲା । ଧାମରାର ଅବଦୁଲ କାଲାମ ଦ୍ୱୀପରୁ ଇଣ୍ଟରକଣ୍ଟିନେଣ୍ଟାଲ ଅଗ୍ନି-5 ମିସାଇଲ ପରୀକ୍ଷଣ ହୋଇଥିଲା । ଏହି ମିସାଇଲ ଉତକ୍ଷେପଣ ହେବା ପରେ ଆକାଶରେ ଏପରି ଦେଖାଯାଇଥିଲ । ଯାହାକି ଲୋକଙ୍କ ମନରେ ଏହା କଣ ବୋଲି ପ୍ରଶ୍ନବାଚୀ ସୃଷ୍ଟି କରିଥିଲା ।
ପ୍ରତିରକ୍ଷା ବିଭାଗର ଷ୍ଟାଟେଜିକ୍ ଫୋର୍ସ କମାଣ୍ଡ ଏହି ମିସାଇଲକୁ ସଫଳତାର ସହିତ ପରୀକ୍ଷା କରିଥିବା ଡ଼ିଆରଡ଼ିଓ ପକ୍ଷରୁ କୁହାଯାଇଛି । ପୂର୍ବରୁ ଅଗ୍ନୀ-5 କ୍ଷେପଣାସ୍ତ୍ରକୁ 5 ହଜାର କିଲୋମିଟର ପର୍ଯ୍ୟନ୍ତ ସଫଳତାର ସହିତ ପରୀକ୍ଷା କରାଯାଇଥିବାବେଳେ, ବର୍ତ୍ତମାନ ଏହାର ଲକ୍ଷ୍ୟଭେଦ କ୍ଷ୍ୟମତା 5400 କିଲୋମିଟର ପର୍ଯ୍ୟନ୍ତ ସଫଳତାର ସହିତ ପରୀକ୍ଷା କରାଯାଇଛି ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications