ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଦୁବାଇ ଚିଡ଼ିଆଖାନାରୁ ଆସିବେ ଚିତା ଓ ଧଳା ସିଂହ
ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବେ ନୂଆ ଅତିଥି । ଆସନ୍ତା ଜାନୁଆରୀ ମାସରେ ନନ୍ଦନକାନନକୁ ଆସିବେ ନୂଆ ଅତିଥି । ଦୁବାଇ ଚିଡ଼ିଆଖାନାରୁ ଆସିବେ ଚିତା ଓ ଧଳା ସିଂହ । ଦୁବାଇ ଚିଡ଼ିଆଖାନାରୁ ପ୍ରାଣୀ ବଦଳ ପ୍ରକ୍ରିୟାରେ ଆସିବ ।

ଆଲିପୁର ଚିଡ଼ିଆଖାନାରୁ ଆଉ ଏକ ଜିରାଫ ଅଣାଯିବ । ଚିତା, ସିଂହ, ଜିରାଫ ଆସିବା ନେଇ PCCF ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି ।
ଗତ କିଛି ଦିନ ପୂର୍ବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲେ 4 ନୂଆ ଅତିଥି । 2 ଟି ୱାଲାବି ଓ 2ଟି ଲିଭିଂଷ୍ଟୋନ ଟୁରାକୋ ଆସିଛନ୍ତି । ପ୍ରାୟ 35 ବର୍ଷ ପରେ ଦୁଇ ୱାଲାବି ଆସିଛନ୍ତି ଯାହା ମଧ୍ୟରୁ ଗୋଟିଏ ଅଣ୍ତିରା ଓ ଗୋଟିଏ ମାଈ ଥିବା ନେଇ ସୂଚନା ରହିଛି । ତେବେ ହାଇଦ୍ରାବାଦର ଏକ ଘରୋଇ ଫାର୍ମରୁ ଏହି ନୂଆ ଜୀବଜନ୍ତୁ ଅଣାଯାଇଛି ।












Click it and Unblock the Notifications