ଆଜି ସରିବ ଅବଧି, ଆଉ ଦେଖିବାକୁ ମିଳିବନି 2000 ଟଙ୍କିଆ ନୋଟ୍
2000 Rupees Note: ଆଜି ପର ଠାରୁ ଆଉ ଦେଖିବାକୁ ମିଳିବିନି 2000 ଟଙ୍କା ନୋଟ୍ । ଆଜି ଦାଖଲ କରିବାର ରହିଛି ଶେଷ ଦିନ । ଏହା ପରେ କାଲି ଠାରୁ ଏହା ଅଚଳ ହୋଇଯିବ । କାଲିଠାରୁ ଭାରତରେ 2000 ଟଙ୍କା ନୋଟ୍ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ ।

2000 ଟଙ୍କିଆ ନୋଟ ବଦଳାଇବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଇଥିବା ସମୟ ଆଜି ଶେଷ ହେଉଛି । ମେ 23 ରୁ ନୋଟ୍ ବଦଳାଇବା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ନୋଟ୍ଗୁଡ଼ିକୁ ବ୍ୟାଙ୍କରେ ବଦଳାଇବା ଓ ଜମା କରିବା ଲାଗି ରିଜର୍ଭ ବ୍ୟାଙ୍କ ସେପ୍ଟେମ୍ବର 30 ପର୍ଯ୍ୟନ୍ତ ସମୟ ଦେଇଥିଲା । ଏହା ପରେ, ଏହାର ଅବଧି ଅକ୍ଟୋବର 7 ପର୍ଯ୍ୟନ୍ତ ଏହାର ସମୟ ସୀମା ବୃଦ୍ଧି କରାଯାଇଥିଲା । ଆଜି ଶନିବାର ଥିବାରୁ ଅନେକ ବ୍ୟାଙ୍କରେ ଅଧା ଦିନ ଅଫିସ୍ କାର୍ଯ୍ୟ ରହିବ । ତେଣୁ ଗ୍ରାହକଙ୍କୁ ନୋଟ ବଦଳାଇବାକୁ କମ ସମୟ ମିଳିବ ।
ଏହା ପୂର୍ବରୁ 31 ମାର୍ଚ୍ଚ ସୁଦ୍ଧା ଦେଶରେ 3.56 ଲକ୍ଷ କୋଟି ଟଙ୍କାର 2000 ଟଙ୍କିଆ ନୋଟ ବଜାରରେ ମହଜୁଦ ଥିବା ବେଳେ ସେଥିମଧ୍ୟରୁ 3.43 ଲକ୍ଷ କୋଟିର ନୋଟ ବ୍ୟାଙ୍କକୁ ଫେରସ୍ତ ହୋଇସାରିଛି । ଅର୍ଥାତ୍ 0.14 ଲକ୍ଷ କୋଟି ଟଙ୍କାର ନୋଟ ବଜାରରେ ମହଜୁଦ ଅଛି । 29 ସେପ୍ଟେମ୍ବର 2023 ସୁଦ୍ଧା 96 ପ୍ରତିଶତ 2000 ଟଙ୍କିଆ ନୋଟ ଫେରସ୍ତ ହୋଇସାରିଛି ।
ସୂଚନାଥାଉକି, 2016 ନଭେମ୍ବର 8 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମୁଦ୍ରୀକରଣ ଘୋଷଣା କରିବା ପରେ ପୁରୁଣା 500 ଟଙ୍କା ଓ 1000 ଟଙ୍କା ନୋଟ୍ ବନ୍ଦ ହୋଇଯାଇଥିଲା । ଏହା ପରେ ବଜାରକୁ ଆସିଥିଲା 2000 ଟଙ୍କା ନୋଟ୍ ।












Click it and Unblock the Notifications