କାର୍ତ୍ତିକ ପୂର୍ଣ୍ଣିମା ପରଦିନ ରତ୍ନଭଣ୍ଡାରର ହେବ ଲେଜର ସ୍କାନିଂ

ପୁରୀ: ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ହେବ ଲେଜର ସ୍କାନିଂ । ଆସନ୍ତା 28 ତାରିଖରେ କରାଯିବ ଲେଜର ସ୍କାନିଂ । କାର୍ତ୍ତିକ ପୂର୍ଣ୍ଣିମା ପରଦିନ 28 ତାରିଖରେ ଲେଜର ସ୍କାନିଂ କରାଯିବା ନେଇ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକରେ ନିଷ୍ପତ୍ତି ନିଆଯାଇଛି ।

shree Mandir

ରତ୍ନଭଣ୍ଡାର ସ୍ଥିତି ପରଖିବା ପାଇଁ ଲେଜର ସ୍କାନିଂ କରିବାକୁ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକରେ ନିଷ୍ପତି ନିଆଯାଇଛି । ଶନିବାର ପୁରୀର ନୀଳାଦ୍ରି ଭକ୍ତ ନିବାସ ପରିସରରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।

ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ଏହି ସୂଚନା ଦେଇଛନ୍ତି । ବୈଠକରେ ଟେକ୍ନିକାଲ କମିଟି ସହ ଆଲୋଚନା ପରେ ଏହି ନିଷ୍ପତି ନିଆଯାଇଛି । ତେବେ ପର୍ଯ୍ୟାୟକ୍ରମେ ସ୍କାନିଂ କରିବା ପରେ କେଉଁଠି ଫାଟ ରହିଛି ଜଣା ପଡିବ ବୋଲି ଜଣାପଡ଼ିବ ରଞ୍ଜନ ଦାସ କହିଛନ୍ତି । ପ୍ରଥମେ ଲେଜର ସ୍କାନିଂ ପରେ ଆମକୁ ଆଗକୁ ବଢ଼ିବୁ ବୋଲି କହିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ବୈଠକରେ ଶ୍ରୀଜୀଉଙ୍କର ନୀତିକାନ୍ତି, ବାଉଳି ମଠର ଉନ୍ନତିକରଣ, ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରି, ଆଦର୍ଶ ଗୁରୁକୂଳ, ସେବକ ବାସଗୃହ ସମେତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ରୂପରେଖ ସମ୍ପର୍କରେ ଆଳୋଚନା ହୋଇଛି। ଆଜିର ବୈଠକରେ ଜିଲ୍ଲାପାଳ, ଏସ୍‌‌ପିଙ୍କ ସମେତ ଓବିସିସି ଏବଂ ଏଏସଆଇର ଅଧିକାରୀମାନେ ଉପସ୍ଥିତ ରହିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+