କାହିଁକି ହଠାତ ଚନ୍ଦ୍ର ଚାରିପାଖରେ ଦେଖାଗଲା ବଳୟ ? ଆସୁଛି କି ବିପଦ...

ବୁଧବାର ସନ୍ଧ୍ୟାରେ ଚନ୍ଦ୍ର ଚାରିପଟେ ଦେଖିବାକୁ ମିଳିଥିଲା ଏକ ବଳୟ | ଏହା କ'ଣ ? କାହିଁକି ଏପରି ବଳୟ ଦେଖାଯାଉଛି ? କିଛି ଲୋକେ ଭୟଭୀତ ହେବା ସହ ଏହା ଦ୍ୱାରା ପୃଥିବୀ ଉପରକୁ କିଛି ବିପଦ ଆସୁଛି କି ବୋଲି ଲୋକମାନଙ୍କ ମଧ୍ୟରେ କଳ୍ପନା ଜଳ୍ପନା ଲାଗିରହିଥିବା ଦେଖିବାକୁ ମିଳିଥିଲା |

ଭୁବନେଶ୍ୱର : ବୁଧବାର ସନ୍ଧ୍ୟାରେ ଚନ୍ଦ୍ର ଚାରିପଟେ ଦେଖିବାକୁ ମିଳିଥିଲା ଏକ ବଳୟ | ଏହା କ'ଣ ? କାହିଁକି ଏପରି ବଳୟ ଦେଖାଯାଉଛି ? କିଛି ଲୋକେ ଭୟଭୀତ ହେବା ସହ ଏହା ଦ୍ୱାରା ପୃଥିବୀ ଉପରକୁ କିଛି ବିପଦ ଆସୁଛି କି ବୋଲି ଲୋକମାନଙ୍କ ମଧ୍ୟରେ କଳ୍ପନା ଜଳ୍ପନା ଲାଗିରହିଥିବା ଦେଖିବାକୁ ମିଳିଥିଲା | ଚନ୍ଦ୍ର ଚାରିପଟେ ଏହି ବଳୟ ଭୁବନେଶ୍ୱର ସମେତ ଏନ୍ୟ କେତେକ ସ୍ଥାନରେ ମଧ୍ୟ ଦେଖାଯାଇଥିଲା | ପରେ ପରେ ଏହି ଦୃଶ୍ୟର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ମଧ୍ୟ ହୋଇଥିଲା |

Circle-Around-Moon

କ'ଣ ରହିଛି ଏପରି ଦୃଶ୍ୟ ପଛର ରହସ୍ୟ ?

ପ୍ରକୃତରେ ଏହା ମେଘ ଓ ଆଲୋକ ଦ୍ୱାରା ସଙ୍ଗଠିତ ଏକ ଅସାଧାରଣ ଦୃଶ୍ୟ | ଯାହାକୁ ଆମ ଆଖିର ଏକ ଦୃଷ୍ଟି ଭ୍ରମରୁ ସୃଷ୍ଟି ହୁଏ ବୋଲି ମଧ୍ୟ କୁହାଯାଇପାରେ | ଏପରି ବଳୟ ବର୍ଷରେ ପ୍ରାୟ ଶହେରୁ ଅଧିକ ଥର ସୃଷ୍ଟି ହୋଇଥାଏ | ଏପରିକି ବେଳେବେଳେ ଚନ୍ଦ୍ର ଏବଂ ସୂର୍ଯ୍ୟ ଚାରିପାଖେ ଏହି ବଳୟ ସୃଷ୍ଟି ହୋଇଥାଏ ବୋଲି ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପ-ନିର୍ଦ୍ଦେଶକ ଡ଼ ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି |

ବୈଜ୍ଞାନିକ କାରଣ ଦୃଷ୍ଟିରୁ, ଆମ ବାୟୁମଣ୍ଡଳରେ ଥିବା ମେଘ ଗୁଡ଼ିକ ଛୋଟ ଛୋଟ ବରଫ ସ୍ପଟିକରେ ତିଆରି, ଯାହାକି ଖୁବ୍ ପତଳା ଏବଂ ଷଡଭୁଜ ଆକାରର | ଏହି ଷଡଭୁଜ ଆକାରର ସ୍ପଟିକ ଗୁଡ଼ିକ ଏକାଠି ହୋଇ ଯୋଡ଼ି ହୋଇ ରହିଥିବା ଦୁଇଟି ପ୍ରିଜିମ୍ ଭଳି କାର୍ଯ୍ୟ କରେ | ଏହି ପ୍ରିଜିମ୍ ଆକାର ମଧ୍ୟ ଦେଇ ସୂର୍ଯ୍ୟାଲୋକ ଗତି କଲେ ଆଲୋକ ପ୍ରତିସରିତ ହୋଇ 22 ଡିଗ୍ରୀ କୋଣରେ ବାଙ୍କି ଯାଏ | ଯଦି କେତେବେଳେ 20 ହଜାର ଫୁଟ୍ କିମ୍ବା ତା ଠାରୁ ଅଧିକ ଉଚ୍ଚରେ ପତଳା ମେଘ ରହେ ତେବେ ଦିନରେ ସୂର୍ଯ୍ୟ ଚାରିପାଖେ ଏବଂ ରାତିରେ ଚନ୍ଦ୍ର ଚାରିପାଖେ ଏପରି ବଳୟ ଦେଖାଯାଏ |

ଏହାର ପୃଥିବୀ ଉପରେ କୌଣସି ପ୍ରଭାବ ନଥାଏ | ସାଧାରଣତଃ ବାୟୁମଣ୍ଡଳରରେ ଝଡ଼ ପୂର୍ବରୁ ମେଘ ପତଳା ହୋଇ ଖୁବ୍ ଉପରକୁ ଉଠିଯାଏ | ଗୋଟିଏ ଦିନ ପରେ ଏହା ତଳକୁ ଆସି ବହୁତ ବର୍ଷା କରିଥାଏ | ତେଣୁ ସାଧାରଣତଃ ସୂର୍ଯ୍ୟ କିମ୍ବା ଚନ୍ଦ୍ର ଚାରିପାଖେ ଏପରି ବଳୟ ଦେଖାଗଲେ ପରବର୍ତ୍ତୀ ସମୟରେ ବର୍ଷା ହେବାର ସମ୍ଭାବନା ଥାଏ |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+