ରାଜଧାନୀ ରାଜରାସ୍ତାରେ ଯୁବତୀଙ୍କ ଗୁଣ୍ଡାଗର୍ଦ୍ଦି, ଯୁବକଙ୍କ କଲର ଧରି ପିଟିଲେ

ଖୋଦ୍ ରାଜଧାନୀରେ ସ୍ପଷ୍ଟ ଦିବାଲୋକରେ ଯୁବତୀଙ୍କ ଜୁଲମ । ଯୁବକଙ୍କୁ କଲର ଧରି ପିଟିବା ସହ ଗାଳି ଗୁଲଜ କରିଛନ୍ତି ଜଣେ ଯୁବତୀ । ଏପରିକି ରେପ୍ କେସ୍ ରେ ଫସେଇ ଦେବାର ବି ଦେଉଛନ୍ତି ଧମକ ।

lady beat young man

ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସହିଦ ନଗର ଲକ୍ଷ୍ମୀ ବିହାର ଅଞ୍ଚଳରେ । ବୁଧବାର ସକାଳୁ ସକାଳୁ ଲକ୍ଷ୍ମୀ ବିହାରରେ ଶୌଚାଳୟ ପାଖରେ ଗାଡ଼ି ପାର୍କିଂକୁ ନେଇ ଦୁଇ ଯୁବକଙ୍କ ମଧ୍ୟରେ ହୋଇଥିଲା ବଚସା । ପରେ ଯୁବତୀ ଜଣକ ଆସି ଜଣେ ଜଣେ ଯୁବକଙ୍କୁ ବିଚ୍ ରାସ୍ତାରେ ପିଟିଛନ୍ତି । ଏହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ପ୍ରଥମେ ସହିଦ ନଗରର ଜଣେ ଅଟୋ ଚାଳକ ଏବଂ ଜଣେ ବାଇକ ଚାଳକ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା । ପେର ବାଇକ ଚାଳକ ଜଣକ ଫୋନ୍ କରି କାହାକୁ ଡାକିଥିଲେ । କିଛି ସମୟ ପରେ ଘଟଣା ସ୍ଥଳରେ ହାଜର ହୋଇଥିଲେ ଯୁବତୀ । ହାତର ପଥର ଧରି ଅସଭ୍ୟ ବାଷାରେ ଗାଳି ଗୁଲଜ କରିବା ସହ ଅଟୋ ଚାଳକଙ୍କୁ ମାଡ଼ ମାରିଥିଲେ । ଏପରିକି ତାଙ୍କୁ ରେପ୍ କେସ ରେ ଫାସେଇ ଦେବେ ବୋଲି ଧମକ ବି ଦେଇଥିଲେ ।

ଏ ନେଇ ଅଟୋ ଚାଳକଙ୍କ ପକ୍ଷରୁ ସହିଦ ନଗର ଥାନାରେ ଏତଲା ଦେଇଛନ୍ତି । ମହିଳାଙ୍କ ଏପରି ଗୁଣ୍ଡାଗର୍ଦ୍ଦିକୁ ଅଟୋ ଚାଳକ ସଂଘ ପକ୍ଷରୁ ନିନ୍ଦା କରାଯାଇ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+