Get Updates
Get notified of breaking news, exclusive insights, and must-see stories!

ଗାଁ ରୁ ସହରକୁ ସୁଗମ ହେବ ଯାତାୟତ, ଆଉ ତିନି ଜିଲ୍ଲାକୁ ଗଡ଼ିବ ‘ଲକ୍ଷ୍ମୀ'

ଭୁବନେଶ୍ୱର: ଗାଁ ରୁ ସହରକୁ ଆହୁରି ସୁଗମ ହେବ ଗମନାଗମନ ବ୍ୟବସ୍ଥା । ପଞ୍ଚାୟତରୁ ବ୍ଲକ ଯିବାକୁ ଆଉ ହେବନି ଅସୁବିଧା । ଏ ନେଇ ରାଜ୍ୟ ସରକାର ଆଉ ତିନି ଜିଲ୍ଲାରେ ଗଡ଼ିବ 'ଲକ୍ଷ୍ମୀ' ବସ୍ ।

ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ ସେବା ଆଜି ଆଉ ତିନିଟି ଜିଲ୍ଲାକୁ ସଂପ୍ରସାରିତ ହେବ । ଅନୁଗୁଳ, ଢେଙ୍କାନାଳ ଓ ଦେବଗଡ ଜିଲ୍ଲାରେ ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Laccmi scheme

ସୂଚନାଥାଉକି, ଗାଁ ରୁ ସହରକୁ କମ୍ ଭଡ଼ାରେ ବସ୍ ସେବା ଯୋଗାଇଦେବା ପାଇଁ ରାଜ୍ୟ ସରକାର ମହତ୍ତ୍ଵାକାଂକ୍ଷୀ ଲକ୍ଷ୍ମୀ ବସ୍ ସେବା ଯୋଜନାର ଶୁଭାରମ୍ଭ କରିଥିଲେ । ପ୍ରଥମେ ଗତବର୍ଷ ମାଲକାନଗିରି ଜିଲ୍ଲାରେ ଗଡିଥିଲା ଲକ୍ଷ୍ମୀ ବସ୍ । ପରେ ଗଜପତି, କଳାହାଣ୍ଡି, ରାୟଗଡ଼ା ଓ ନବରଙ୍ଗପୁରରେ ଏହି ବସ୍ ସେବା ଆରମ୍ଭ ହୋଇଥିଲା ।

ଲୋକଙ୍କ ସାମାଜିକ ସମ୍ପର୍କ ଓ ଅର୍ଥନୀତି ଆହୁରି ମଜଭୁତ୍ କରି ସମସ୍ତଙ୍କୁ ବିକାଶ ସହିତ ଯୋଡିବ ଲକ୍ଷ୍ମୀ ବସ୍ । ଲୋକଙ୍କ ଆବଶ୍ୟକତା ଅନୁସାରେ ଲକ୍ଷ୍ମୀ ବସ ସେବା ଆରମ୍ଭ ହୋଇଛି । ଲୋକଙ୍କ ଘର ପାଖକୁ ବସ୍ ଆସିବ । ପିଲାଙ୍କ ସ୍କୁଲ ଯିବାଠୁ ଆରମ୍ଭ କରି ଚାଷୀଙ୍କ ପାଇଁ ବଜାର ଓ ରୋଗୀଙ୍କ ପାଇଁ ଡାକ୍ତରଖାନାକୁ ଗାଁ ସହିତ ଯୋଡ଼ିବ ଲକ୍ଷ୍ମୀ । ଏଥିପାଇଁ ସାରା ରାଜ୍ୟରେ ହଜାରେ ବସ ଚଳାଇବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଯାହାକି ଓଡ଼ିଶାର ବିକାଶକୁ ଆହୁରି ଉଜ୍ବଳ କରିବ ରାଜ୍ୟ ସରକାର କହିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+