Get Updates
Get notified of breaking news, exclusive insights, and must-see stories!

ନବରଙ୍ଗପୁରରେ ‘ଲକ୍ଷ୍ମୀ', ସୁଗମ ହେବ ଗମନାଗମନ

ନବରଙ୍ଗପୁର: ଜିଲ୍ଲାରେ ଆହୁରି ସୁଗମ ହେବ ଗମନାଗମନ ବ୍ୟବସ୍ଥା । ପଞ୍ଚାୟତରୁ ବ୍ଲକ ଯିବାକୁ ଆଉ ହେବନି ଅସୁବିଧା । ଏ ନେଇ ରାଜ୍ୟ ସରକାର ନବରଙ୍ଗପୁର ଜିଲ୍ଲାରେ 'ଲକ୍ଷ୍ମୀ' ବସ୍ ଚଳାଚଳ କରିଛନ୍ତି ।

ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ପରେ ନବରଙ୍ଗପୁରରେ 44 ଟି ବସ୍ ଚାଲିବ। ଫଳରେ ଉପାନ୍ତ ଅଞ୍ଚଳରେ ଗମନାଗମନରେ ଉନ୍ନତି ଆସିବ । ମିଶନ ଶକ୍ତି ମହିଳା, ଭିନ୍ନକ୍ଷମ, ଗର୍ଭବତୀ ମହିଳା ସହଜରେ ପଞ୍ଚାୟତରୁ ବ୍ଲକ କାର୍ଯ୍ୟାଳୟକୁ ଯାଇପାରିବେ । ଗ୍ରାମାଞ୍ଚଳ ପରିବହନରେ ରୂପାନ୍ତର ଆଣିବ ଲକ୍ଷ୍ମୀ ବସ୍ ସେବା ।

Laccmi scheme

ବସ୍ ଯୋଜନାର ଶୁଭାରମ୍ଭ କରିବା ଅବସରରେ ଉଦ୍‌ବୋଧନ ଦେଇ ନବରଙ୍ଗପୁର ଜିଲ୍ଲାବାସୀଙ୍କୁ ମୁଖ୍ୟମନ୍ତ୍ରୀ କହିଲେ, ଦୁର୍ଗମ ଅଞ୍ଚଳରେ ଗମନାଗମନ ଏକ ବଡ ସମସ୍ୟା । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତରୁ ଲୋକଙ୍କ ଯିବା ଆସିବାର ଅସୁବିଧା ବିଷୟରେ ମୁଁ ଜାଣିବା ପରେ ଆମର ଏହି ଲକ୍ଷ୍ମୀ ଯୋଜନା ଆରମ୍ଭ କରାଗଲା । ଲକ୍ଷ୍ମୀ ଯୋଜନାରେ ଗମନାଗମନ ଓ ପରିବହନ ବ୍ୟବସ୍ଥାରେ ଆପଣଙ୍କ ଗାଁ ଏବେ ଯୋଡି ହେଲା । ଏହା ଦ୍ୱାରା ଗ୍ରାମାଞ୍ଚଳରେ ସାମାଜିକ ସଂପର୍କ ମଜବୁତ୍ ହେବା ସହିତ ଅର୍ଥନୀତି ମଧ୍ୟ ଆହୁରି ସୁଦୃଢ ହେବ ବୋଲି ସେ କହିଥିଲେ ।

ଉପାନ୍ତ ଜିଲ୍ଲାର ଗରିବ ଜନସାଧାରଣଙ୍କ ପାଇଁ ନ୍ୟୁନତମ ରାଶି ମାତ୍ର 5 ଟଙ୍କା ଟିକେଟ ଦର ରଖି ଗମନାଗମନର ସୁବିଧା ସକାଶେ ଲକ୍ଷ୍ମୀ ବସ ଚଳାଚଳ କରି ନବରଙ୍ଗପୁର ଜିଲ୍ଲା ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଥବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ମଞ୍ଚାସିନ ଅତିଥି ମାନେ ଧନ୍ୟବାଦ ଜଣାଇଥିଲେ ।

ଜିଲ୍ଲାରେ ଲକ୍ଷ୍ମୀ ବସ ପାଇଁ 107 ଜଣ କଣ୍ଡକ୍ଟର ନିଯୁକ୍ତି ପାଇଥିବାବେଳେ ଇତି ମଧ୍ୟରେ 7 ଜଣ ମହିଳା କଣ୍ଡକ୍ଟର ଭାବେ କାର୍ଯ୍ୟ କରିବେ । ଯାହାକି ନବରଙ୍ଗପୁର ଜିଲ୍ଲା ପାଇଁ ପ୍ରଥମ ଘଟଣା ।

ନବରଙ୍ଗପୁର ଜିଲ୍ଲାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ପରିବହନ ସଚିବ ଉଷା ପାଢ଼ୀଙ୍କ ସହ ଜିଲ୍ଲାର ସମସ୍ତ ବିଧାୟକ, ସାଂସଦ ଓ ନେତୃମଣ୍ଡଳୀ ଯୋଗଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+