ଚିନ୍ତା ବଢ଼ାଉଛନ୍ତି କୁମ୍ଭମେଳା ଫେରନ୍ତା : ଆଜି 13 ପଜିଟିଭ୍
ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ବର୍ତ୍ତମାନ ସଂକ୍ରମିତଙ୍କ ସଂଖ୍ୟାକୁ ଦ୍ୱିଗୁଣିତ କରିଛନ୍ତି କୁମ୍ଭମେଳା ଫେରନ୍ତା । ମେଳାରୁ ଫେରିଥିବା ଶ୍ରଦ୍ଧାଳୁ ଏବେ ସଂକ୍ରମିତ ଚିହ୍ନଟ ହେଉଛନ୍ତି ।
କଟକ : ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ବର୍ତ୍ତମାନ ସଂକ୍ରମିତଙ୍କ ସଂଖ୍ୟାକୁ ଦ୍ୱିଗୁଣିତ କରିଛନ୍ତି କୁମ୍ଭମେଳା ଫେରନ୍ତା । ମେଳାରୁ ଫେରିଥିବା ଶ୍ରଦ୍ଧାଳୁ ଏବେ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତେବେ ପୁଣି ବୁଧବାର କଟକରୁ ମେଳା ସହ ଜଡିତ ଥିବା 13 ଜଣ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମଙ୍ଗଳବାର ମଧ୍ୟ 13 ଜଣ ଚିହ୍ନଟ ହୋଇଥିଲେ । କଟକ ରେଳ ଷ୍ଟେସନରେ ବାହାର ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କ ଆରଟିପିସିଆର୍ ଟେଷ୍ଟ ହେଉଥିବା ସିଏମସି ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି ।

ସୂଚନା ଅନୁସାରେ, ବିଶ୍ୱ ପ୍ରସିଦ୍ଧ କୁମ୍ଭ ମେଳାକୁ କୋଭିଡ୍ ସଂକ୍ରମଣ ଦୃଷ୍ଟିରୁ କେନ୍ଦ୍ର ସରକାର ସମାପନ କରିଦେଇଛନ୍ତି । ସେଠାକୁ ଯାଇଥିବା ଶ୍ରଦ୍ଧାଳୁମାନେ ଏବେ ରାଜ୍ୟକୁ ଫେରୁଛନ୍ତି । ତେଣୁ ଓଡିଶା ସରକାର କୁମ୍ଭମେଳା ଫେରନ୍ତାଙ୍କ ପାଇଁ କ୍ୱାରେନଣ୍ଟାଇନ୍ ବାଧ୍ୟତାମୂଳକ କରିଛନ୍ତି । ରାଜ୍ୟକୁ ଫେରୁଥିବା କୁମ୍ଭମେଳା ସହ ଜଡିତ ଥିବା ବ୍ୟକ୍ତି ତଥା ଯେକୌଣସି ବ୍ୟକ୍ତି ଯେଉଁ ମାନେ ବାହାର ରାଜ୍ୟରୁ ଫେରୁଛନ୍ତି ସେମାନଙ୍କ ରେଳ ଷ୍ଟେସନରେ ଆରଟିପିସିଆର୍ ଟେଷ୍ଟ ହେବା ସହ କ୍ୱାରେନଣ୍ଟାଇନ୍ ବାଧ୍ୟତାମୂଳକ କରାଯାଇଛି ।
ସେପଟେ ବିଭିନ୍ନ ରାଜ୍ୟରେ ଲକଡାଉନ୍ ଘୋଷଣା ହେଉଥିବାରୁ ସେଠାରେ ରହି କାମ କରୁଥିବା ପ୍ରବାସୀମାନେ ରାଜ୍ୟକୁ ଫେରିବାରେ ଲାଗିଛନ୍ତି । ବିଭିନ୍ନ ଟ୍ରେନ୍ ଯୋଗେ ହଜାର ହଜାର ସଂଖ୍ୟାରେ ପ୍ରବାସୀ ରାଜ୍ୟକୁ ଫେରୁଛନ୍ତି । ତେଣୁ ସରକାର ନୂତନ ଗାଇଡଲାଇନ୍ ଜାରି କରିବା ସହ କଟକଣାକୁ କଡାକଡି କରିଛନ୍ତି ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ପଶ୍ଚିମ ଏସିଆ ଅସ୍ଥିରତା ମଧ୍ୟରେ ସରକାର ରାଜ୍ୟଗୁଡ଼ିକୁ ଦିଆଯାଇଛି 40,000 କିଲୋଲିଟର ଅତିରିକ୍ତ କିରୋସିନି -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା











Click it and Unblock the Notifications