ବାଧକ ସାଝିଲାନି ଅର୍ଥ, କୃଷ୍ଣଚନ୍ଦ୍ରଙ୍କୁ BSKY ବଢାଇଲା ସହାୟତାର ହାତ
ଭୁବନେଶ୍ୱର: ଚିକିତ୍ସା ପାଇଁ ବାଝକ ସାଝୁନି ଅର୍ଥ । କେହି ଯେପରି ଅର୍ଥ ଅଭାବରୁ ଚିକିତ୍ସା ପାଇବାରେ ବିଫଳ ନ ହେବେ ସେ ନେଇ ଯତ୍ନବାନ ରାଜ୍ୟ ସରକାର । ରାଜ୍ୟର ଗରିବ ରୋଗୀଙ୍କ ଚିକିତ୍ସା ପାଇଁ ସହାୟତାର ହାତ ବଢାଉଛି ବିଏସକେୱାଇ(BSKY) ।

ବର୍ତ୍ତମାନ ଏହି ବିଏସକେୱାଇ(BSKY) ସାହାଯ୍ୟରେ ଚିକିତ୍ସା ପାଇଛନ୍ତି ଗଞ୍ଜାମ ଜିଲ୍ଲା ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ଅରବିନ୍ଦନଗର ନିବାସୀ କୃଷ୍ଣଚନ୍ଦ୍ର ପାତ୍ର । ତାଙ୍କ ଦୁଃଖ କଥା ଗଣମାଧ୍ୟମରୁ ଜାଣିବା ମାତ୍ରେ ରାଜ୍ୟ ବିଏସକେୱାଇ ଟିମ୍ ତରଫରୁ ତାଙ୍କର ସହାୟତା ପାଇଁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା । ତାଙ୍କର ଧର୍ମପତ୍ନୀ ଭାଗ୍ୟଶ୍ରୀ ପାତ୍ର ଏବଂ ପୁତ୍ରଙ୍କ ସହ ଯୋଗାଯୋଗ କରାଯାଇ ସ୍ଥିତିର ଅନୁଧ୍ୟାନ କରାଯାଇଥିଲା ।
କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ୧୧୨୭୦୬୧୧୩୧୭ ନମ୍ବର କାର୍ଡରେ ବିଏସକେୱାଇ ଅନ୍ତର୍ଭୁକ୍ତ କରାଯାଇଛି । ଏହି କାର୍ଡ ମାଧ୍ୟମରେ ସେ ଭୁବନେଶ୍ବର ସ୍ଥିତ କେଆର ଏବଂ ସମ୍ ଅଲ୍ଟିମେଟ୍ ଆଦି ସୁପର ସ୍ପେସାଲିଷ୍ଟ ହସ୍ପିଟାଲ୍ରେ ଏକାଧିକ ବାର ମାଗଣା ଚିକିତ୍ସା ପାଇଛନ୍ତି । ଏ ସବୁ ବାବଦରେ ତାଙ୍କ କାର୍ଡରେ ଥିବା ପାଣ୍ଠିରୁ ପ୍ରାୟ ୪.୩୦ ଲକ୍ଷ ଟଙ୍କା ବ୍ୟୟ ହୋଇଛି । ଚଳିତ ବର୍ଷ ଅଗଷ୍ଟ ମାସ ଶେଷ ସୁଦ୍ଧା ତାଙ୍କ କାର୍ଡରେ ଅବଶିଷ୍ଟ ପ୍ରାୟ ୭୦ ହଜାର ଟଙ୍କା ଥିଲା । ପୁନଶ୍ଚ ସେପ୍ଟେମ୍ବର ମାସ ଆରମ୍ବରୁ ଅଟୋ-ରିନୁଆଲ ମାଧ୍ୟମରେ ତାଙ୍କ କାର୍ଡରେ ୫ ଲକ୍ଷ ଟଙ୍କାର ପରିବାର ଚିକିତ୍ସା ପାଣ୍ଠି ଏବଂ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ପାଣ୍ଠି ଉପଲବ୍ଧ କରାଯାଇଛି ।
ପତ୍ନୀ ଭାଗ୍ୟଶ୍ରୀ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା କୃଷ୍ଣଚନ୍ଦ୍ରଙ୍କର ଅସ୍ତ୍ରୋପ୍ରଚାର ସରିଛି । ସେ ଧୀରେ ଧୀରେ ଆରୋଗ୍ୟ ଲାଭ କରୁଛନ୍ତି । ବିଶେଷଜ୍ଞଙ୍କ ପରାମର୍ଶ ଓ ତତ୍ତ୍ଵାବଧାନରେ ତାଙ୍କର ବର୍ତ୍ତମାନ ଅପରେସନ୍-ପରବର୍ତ୍ତୀ ଚିକିତ୍ସା ଓ ଫିଜିଓଥେରାପି ହେବ । ଏହି ଚିକିତ୍ସା ସେ ସମ୍ ଅଲ୍ଟିମେଟ୍ ହସ୍ପିଟାଲ୍ରେ କରାଇବେ । ଚିକିତ୍ସା ପାଇଁ କାର୍ଡରେ ପୁନଶ୍ଚ ଅର୍ଥ ମିଳିଥିବାରୁ ରାଜ୍ୟ ସରକାରଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି । ବିଏସକେୱାଇ କାର୍ଡ ଯୋଗୁ ମୋ ସ୍ବାମୀଙ୍କ ଜୀବନ ବଞ୍ଚିଲା, ଏବଂ ଏଥିପାଇଁ ଆମ ପରିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଋଣୀ ବୋଲି ସେ କହିଛନ୍ତି ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications