କୋଟିଆ ମାମଲାରେ ଅଦାଲତ ଅବମାନନା ନେଇ ଆନ୍ଧ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍, ଆସନ୍ତା ଶୁକ୍ରବାର ପରବର୍ତ୍ତୀ ଶୁଣାଣି
ପଡୋଶୀ ରାଜ୍ୟ ବିରୋଧରେ ସୁପ୍ରିମକୋର୍ଟରେ ହୋଇଥିବା ମାମଲାର ଶୁଣାଣି କରି ଓଡ଼ିଶା ସରକାର ଦେଇଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ଏକ ନୋଟିସ୍ ପ୍ରଦାନ କରିଛନ୍ତି । ଏଥିସହିତ ଏନେଇ ପରବର୍ତ୍ତୀ ଶୁଣାଣି ଆସନ୍ତା ଶୁକ୍ରବାର ହେବ ।
ନୂଆଦିଲ୍ଲୀ : ଅଦାଲତ ଅବମାନନା କରି ବିବାଦୀୟ କୋରାପୁଟ ଜିଲ୍ଲାର କୋଟିଆ ଅଞ୍ଚଳରେ ସ୍ଥିତି ଉଲ୍ଲଂଘନ ନେଇ ପଡୋଶୀ ରାଜ୍ୟ ବିରୋଧରେ ସୁପ୍ରିମକୋର୍ଟରେ ହୋଇଥିବା ମାମଲାର ଶୁଣାଣି କରି ଓଡ଼ିଶା ସରକାର ଦେଇଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ଏକ ନୋଟିସ୍ ପ୍ରଦାନ କରିଛନ୍ତି । ଏଥିସହିତ ଏନେଇ ପରବର୍ତ୍ତୀ ଶୁଣାଣି ଆସନ୍ତା ଶୁକ୍ରବାର ଅର୍ଥାତ୍ ଫେବୃଆରୀ 19 ତାରିଖରେ ହେବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ରିପୋର୍ଟରେ କହିଛନ୍ତି ।

ଆନ୍ଧ୍ରପ୍ରଦେଶର ରାଜ୍ୟ ନିର୍ବାଚନ ଆୟୋଗ ଓଡିଶାର କୋରାପୁଟ ଜିଲ୍ଲା ଅଧୀନରେ ଥିବା ଗ୍ରାମଗୁଡିକର ବିବାଦୀୟ କୋଟିଆ କ୍ଲଷ୍ଟରରେ ପଞ୍ଚାୟତ ନିର୍ବାଚନ କରିବାକୁ ଘୋଷଣା କରିବା ପରେ ଓଡିଶା ସରକାର ବୁଧବାର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ।
ଜଷ୍ଟିସ୍ ଏ ଏନ୍ ଖାନଵଲିକର ଓ ଜଷ୍ଟିସ୍ ଅନିରୁଦ୍ଧ ବୋଷଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିଛନ୍ତି ।
ଓଡ଼ିଶା ସରକାର ତାଙ୍କ ଆବେଦନରେ ଉଲ୍ଲେଖ କରିଛନ୍ତି ଯେ 1968 ମସିହାରେ ସୁପ୍ରିମକୋର୍ଟ ବିବାଦୀୟ ଅଞ୍ଚଳରେ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । 2006 ରେ ଏହାର ଅନ୍ତିମ ଶୁଣାଣିରେ ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ଏହାର ପୂର୍ବ ରାୟକୁ ସମର୍ଥନ କରିଥିଲେ ।
କୋଟିଆ ଗ୍ରାମରେ ନିର୍ବାଚନ କରିବା ପଦକ୍ଷେପ କୋର୍ଟକୁ ଅବମାନନା କରିବ କାରଣ ଏହା କୋର୍ଟଙ୍କୁ ଦିଆଯାଇଥିବା ସ୍ଥିତିର ଉଲ୍ଲଂଘନ କରିବ ବୋଲି ମଧ୍ୟ ଓଡ଼ିଶା ସରକାରଙ୍କ ପକ୍ଷରୁ ଦାଖଲ ହୋଇଥିବା ପିଟିସନରେ ଉଲ୍ଲେଖ କରାଯାଇଛି ।
କୋଟିଆର ତିନୋଟି ଗ୍ରାମରେ ଆନ୍ଧ୍ରପ୍ରଦେଶ ସରକାର ଫେବୃଆରୀ 13 ରୁ 17 ମଧ୍ୟରେ ଗ୍ରାମୀଣ ମତଦାନ କରିବାକୁ ଯୋଜନା କରିବା ପରେ ଏହି ପ୍ରସଙ୍ଗରେ ଶୀଘ୍ର ଶୁଣାଣି ପାଇଁ ଓଡ଼ିଶା ପକ୍ଷରୁ ଏହି ମାମଲାରେ ନିୟୋଜିତ ବରିଷ୍ଠ ଆଇନଜୀବୀ ବିକାଶ ସିଂହ ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍ଏ ବୋବଡେ, ଜଷ୍ଟିସ୍ ଏ.ଏସ୍.ବୋପାନ୍ନା ଓ ଜଷ୍ଟିସ ଭି. ରମା ସୁବ୍ରମନ୍ୟନଙ୍କ ଖଣ୍ଡପୀଠରେ ନିବେଦନ କରିଥିଲେ ।
27 ଟି ଛୋଟ ଆଦିବାସୀ ହାମଲେଟକୁ ନେଇ ଗଠିତ କୋଟିଆ ଗ୍ରାମ ପଞ୍ଚାୟତକୁ ନେଇ ଦୀର୍ଘ ଦିନରୁ ଆନ୍ଧ୍ରପ୍ରଦେଶ ଏବଂ ଓଡିଶା ମଧ୍ୟରେ ବିବାଦ ଲାଗି ରହିଛି । ଉଭୟ ରାଜ୍ୟ ଏହି ଅଞ୍ଚଳ ଉପରେ ସାର୍ବଭୌମ ଅଧିକାର ଦାବି କରିଆସୁଛନ୍ତି ।












Click it and Unblock the Notifications