ବଦଳିଲେ କୋଇଡ଼ା ବିଡ଼ିଓ ପଲ୍ଲବୀ ରାଣୀ

ଭୁବନେଶ୍ୱର : ବଦଳିଲେ ସୁନ୍ଦରଗଡ ଜିଲ୍ଲା କୋଇଡ଼ା ବ୍ଲକ୍‌ର ବିଡିଓ ପଲ୍ଲବୀ ରାଣୀ ରାଜ୍‌ । କୋଇଡ଼ାରୁ ସମ୍ବଲପୁର କୁ ହୋଇଛି ବଦଳି । ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ସୂଚନା ଦିଆଯାଇଛି । ପଲ୍ଲବୀ ରାଣୀ ରାଜଙ୍କୁ ଉତ୍ତରାଞ୍ଚଳ ଆରଡିସି ଅଫିସ ସମ୍ବଲପୁରକୁ ବଦଳି କରାଯାଇଛି । କୋଇଡା ବିଡିଓଙ୍କ ସହ 12 ଜଣ ଓଏଏସ ଅଫିସରଙ୍କ ବଦଳି କରାଯାଇଛି ।

koida bdo

ତିନି ବର୍ଷରୁ ଅଧିକ ସମୟ ଧରି ପଲ୍ଲବୀ ରାଣୀ ରାଜ୍‌ କୋଇଡ଼ା ବ୍ଲକ୍‌ରେ ବିଡିଓ ଥିଲେ । ଏହି ସମୟରେ ଏକାଧିକ ଘଟଣାକୁ ନେଇ ସେ ବିବାଦ ଘେରକୁ ଆସିଥିଲେ । ପଲ୍ଲବୀ ରାଣୀ ରାଜ୍‌ଙ୍କୁ କୋଇଡ଼ାରୁ ସମ୍ବଲପୁରକୁ ବଦଳି ପରେ ସ୍ଥାନୀୟ ତହସିଲଦାରଙ୍କୁ ବ୍ଲକ୍‌ର ଭାରପ୍ରାପ୍ତ ବିଡିଓ ଭାବେ ନିୟୋଜିତ କରାଯାଇଛି ।

ବ୍ଲକ୍‌ରେ ଉନ୍ନତିମୂଳକ କାର୍ଯ୍ୟରେ ବାଧା ଦେବା, ପଞ୍ଚାୟତ ଗୁଡ଼ିକରେ ଟଙ୍କା ପଡ଼ି ରହିବା, ବିଧାୟକ ଫଣ୍ଡ୍‌କୁ ବ୍ଲକ୍‌ରେ କାର୍ଯ୍ୟକାରୀ ନକରିବା, ସାଧାରଣ ଜନତା ଓ ଲୋକ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର କରିବା ଭଳି ଅଭିଯୋଗ ତାଙ୍କ ବିରୋଧରେ ଆସିଥିଲା । ଏନେଇ ପ୍ରତିବାଦ କରି ବିଡିଓଙ୍କ ବଦଳି ଦାବିରେ ସିପିଆଇଏମ୍‌ର ହଜାର ହଜାର କର୍ମୀ ଧାରଣା ମଧ୍ୟ ଦେଇଥିଲେ। ଏପରିକି ବ୍ଲକ୍‌ର ସମସ୍ତ କର୍ମଚାରୀ ବିଡିଓଙ୍କ ବଦଳି ଦାବିରେ କଲମ ଛାଡ଼ ଆନ୍ଦୋଳନ ମଧ୍ୟ କରିଥିଲେ ।

ନିକଟରେ ବାପା ଓ ଭାଇଙ୍କ ବିରୋଧରେ ମାଡ଼ ମାରିବା ନେଇ ଅଭିଯୋଗ ଆଣିବା ସହ ଥାନାରେ ଏତଲା ମଧ୍ୟ ଦେଇଥିଲେ ବିଡିଓ। ଅଭିଯୋଗ ଆଧାରରେ ବାପା ଜେଲ୍‌ ଯିବା ପରେ ସମ୍ପୂର୍ଣ୍ଣ ବିବାଦରେ ଛନ୍ଦି ହୋଇ ପଡ଼ିଥିଲେ ପଲ୍ଲବୀ ରାଣୀ ରାଜ୍‌ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+