ଅଧା ବାଟରେ ସରିଗଲା ପେଟ୍ରୋଲ, ନାବାଳକକୁ ବନ୍ଧା ପକାଇ ଅପହରଣକାରୀ ଛୁ'
ଦେବଗଡ଼: ଆପଣ କୁଆଡ଼େ ଯାଉଥିବା ବେଳେ ଅଧା ରାସ୍ତାରେ ଗାଡ଼ିରୁ ପେଟ୍ରୋଲ ସରଗଲେ ଆପଣ ବିରକ୍ତ ହେବା ସ୍ୱଭାବିକ । ଅଧା ବାଟରେ ଏମିତି ହେବା ଆପଣଙ୍କୁ ହଇରାଣ ହେବା ଭଳି ଲାଗିବ ନିଶ୍ଚୟ । କିନ୍ତୁ ଦେବଗଡ଼ ଜିଲ୍ଲାରୁ ଏମିତି ଏକ ଘଟଣା ବିଷୟରେ ଖବର ଆସିଛି, ଯେଉଁଥିରେ ଅଧା ବାଟରେ ଗାଡିରୁ ତେଲ ସରିଯିବାରୁ ଜଣେ ନାବାଳକ ବର୍ତ୍ତିଯାଇଛି । ଅପହରଣକାରୀ ନାବାଳକକୁ ଦୋକାନରେ ବନ୍ଧା ପକାଇ ଛୁ ହୋଇଯାଇଛି ।

ଅଧାବାଟରେ ଗାଡ଼ି ଧୋକା ଦେବାରୁ ଅପହରଣ ଉଦ୍ୟମ ପଣ୍ଡ ହୋଇଯାଇଛି । ବାଟରେ ଗାଡ଼ିରୁ ତେଲ ସରିଯିବାରୁ ଏକ ଦୋକାନରେ ତେଲ ପକାଇଥିଲା ଅପହରଣକାରୀ । ପରେ ପାଖରେ ଟଙ୍କା ନଥିବାରୁ ନାବାଳକଙ୍କୁ ଛାଡ଼ି ଟଙ୍କା ଆଣିବାକୁ ଯାଉଛି ବୋଲି ଯାଇଥିଲା । କିନ୍ତୁ ଆଉ ଫେରିନଥିଲା । ପରେ ପୋଲିସ ନାବାଳକକୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।
ସୂଚନା ଅନୁସାରେ, ନାବାଳକଙ୍କ ମା' ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତ 5 ଦିନ ହେଲା ଚିକିତ୍ସିତ ହେଉଛନ୍ତି । ନାବାଳକ ଜଣକ ମା' ପାଖରେ ରହି ଦେଖାଶୁଣା କରୁଥିଲେ । ଗତକାଲି ମଧ୍ୟାହ୍ନ ସମୟରେ ଜଣେ ଅଚିହ୍ନା ବ୍ୟକ୍ତି ଉକ୍ତ ନାବାଳକଙ୍କୁ ତାଙ୍କ ମାମୁଁର ପରିଚୟ ଦେବା ସହ ବିଭିନ୍ନ ପ୍ରଲୋଭନ ଦେଖାଇ ଡାକି ନେଇଥିଲେ । ନାବାଳକଙ୍କୁ ଘରକୁ ନେଇ ଯିବାକୁ ବ୍ୟକ୍ତି ଜଣଙ୍କ କହିଥିଲେ । ନାବାଳକଙ୍କ ଜଣଙ୍କ ତାଙ୍କ କଥାରେ ରାଜି ହୋଇଯାଇଥିଲେ । ହେଲେ ସେ ବ୍ୟକ୍ତି ଜଣଙ୍କ ନାବାଳକଙ୍କୁ ତାଙ୍କ ଘରକୁ ନନେଇ ଅନ୍ୟତ୍ର ନେଇ ଯାଉଥିଲେ ।
କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କଂଟାବାହାଳ ଗାଁ ନିକଟରେ ଅପହରଣକାରୀର ଗାଡ଼ିରୁ ପେଟ୍ରୋଲ ସରି ଯାଇଥିଲା । ନିକଟରେ ଏକ ଦୋକାନରେ ଅପହରଣକାରୀ ଜଣଙ୍କ ପେଟ୍ରୋଲ ପକାଇଥିଲେ । ତେଲ ପକାଇ ସାରିବା ପରେ ଦୋକାନୀ ଜଣଙ୍କ ତାଙ୍କୁ ପଇସା ମାଗିଥିଲେ । ହେଲେ ଅପହରଣକାରୀ ପାଖରେ ଟଙ୍କା ନଥିବାରୁ ସେ ବିଭିନ୍ନ ବାହାନା କରିଥିଲା । ଶେଷରେ ଅପହରଣ କରି ନେଉ ଯାଉଥିବା ନାବାଳକଙ୍କୁ ଦୋକାନରେ ଛାଡ଼ି ପଇସା ଆଣିବାକୁ ଘରକୁ ଯାଉଛି ବୋଲି ଅପହରଣକାରୀ କହିଥିଲା ।
ବହୁ ସମୟ ଧରି ଅପହରଣକାରୀ ନ ଆସିବାରୁ ଦୋକାନୀ ଜଣକ ଗ୍ରାମବାସୀଙ୍କୁ ଡାକିବା ସହ ପୋଲିସ ଓ ଶିଶୁ ସୁରକ୍ଷା ବିଭାଗକୁ ସୂଚନା ଦେଇଥିଲେ । ଶିଶୁ ସୁରକ୍ଷା ଅଧିକାରୀ ଓ ପୋଲିସ ପହଞ୍ଚି ନାବାଳକଙ୍କୁ ପଚରାଉଚରା କରିଥିଲେ । ପରେ ନାବାଳକଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ଏନେଇ ନାବାଳକର ମା' ଥାନାରେ ଅଭିଯୋଗ କରିଛନ୍ତି ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications