ବଢିଲା କରୋନା ଭୟ : ଖଣ୍ଡୁଆଳି ଗ୍ରମକୁ କଣ୍ଟେନମେଣ୍ଟ ଘୋଷଣା କଲା ପ୍ରଶାସନ

କଟକ ଜିଲ୍ଲା ଆଠଗଡ଼ ବ୍ଲକର ରାଧାକୃଷ୍ଣପୁର ପଂଚାୟତର ଖଣ୍ତୁଆଳି ଗ୍ରାମରେ 16 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ 5ଜଣ ପୁରୁଷ, 6 ଜଣ ମହିଳା ଥିବା ବେଳେ 5ଜଣ ଛୁଆ ଅଛନ୍ତି ।

କଟକ : ପୁଣି ବଢିଲା କରୋନା ସଂକ୍ରମଣ ଭୟ । କଟକ ଜିଲ୍ଲା ଆଠଗଡ଼ ବ୍ଲକର ରାଧାକୃଷ୍ଣପୁର ପଂଚାୟତର ଖଣ୍ତୁଆଳି ଗ୍ରାମରେ 16 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ 5ଜଣ ପୁରୁଷ, 6 ଜଣ ମହିଳା ଥିବା ବେଳେ 5ଜଣ ଛୁଆ ଅଛନ୍ତି ।

କଣ୍ଟେନମେଣ୍ଟ-ଜୋନ୍

ସଂକ୍ରମିତଙ୍କୁ ହୋମ୍ ଆଇସୋଲେସନରେ ରଖାଯାଇଛି । ଏଥିସହିତ କଣ୍ଟାକ୍ଚ ଟ୍ରେସିଂ ଚାଲିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଶନିବାର ଠାରୁ 7 ଦିନ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ଗାଁରୁ ବାହାରକୁ ଯିବା ଏବଂ ବାହାରୁ ଗାଁ ଭିତରକୁ ଲୋକଙ୍କ ଯାତାୟତ ନେଇ କଟକଣା କରାଯାଇଛି ।

ସେଠାକାର ପରିସ୍ଥିତିର ଅନୁଧ୍ୟାନ କରିବା ସହ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିବା ପାଇଁ ସ୍ୱାସ୍ଥ୍ୟ ଅଧିକାରୀ, ଆଶା କର୍ମୀ, ମହିଳା ସ୍ୱାସ୍ଥ୍ୟ ଅଧିକାରୀଙ୍କ ଏକ ଦଳ ଗସ୍ତ କରିଛନ୍ତି । ଲୋକମାନଙ୍କୁ ସଚେତନ କରିବା ସହ ସ୍ୱାସ୍ଥ୍ୟ ଅବସ୍ଥାର ତଦାରଖ କରିବେ ବୋଲି ବ୍ରହ୍ମପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଦିଲୀପ ଦାସ ସୂଚନା ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+