Get Updates
Get notified of breaking news, exclusive insights, and must-see stories!

ଲଜ୍ ରୁ ମିଳିଲା ଯୁବତୀଙ୍କ ମୃତଦେହ, ପୁରୁଷ ବନ୍ଧୁ ଫେରାର୍

ବ୍ରହ୍ମପୁର: ଲଜ୍ ରୁ ମିଳିଲା ଯୁବତୀଙ୍କ ମୃତଦେହ । ଗଞ୍ଜାମ ଜିଲ୍ଲା ଗୋଇଲୁଣ୍ଡି- କୋର୍ଟପେଟା ରାସ୍ତାରେ ଥିବା ବ୍ରହ୍ମପୁର ଲଜ ଏବଂ ଡର୍ମିଟାରୀ ଭିତରୁ ଜଣେ ମହିଳାଙ୍କ ମୃତଦେହ ଜବତ ହୋଇଛି । ମୃତକ ମହିଳା ଜଣକ ଅବଦୁଲ ପରିପାଲିପ ବୋଲି ଲଜର ରେଜିଷ୍ଟରରୁ ଜଣାପଡ଼ିଛି । ସେ କେରଳର ବୋଲି ଜଣାପଡ଼ିଛି ।

crime

ଯୁବତୀଙ୍କ ବୟସ 40-50 ହେବ ବୋଲି ଅନୁମାନ କରାଯାଉଛି । ମହିଳା ଜଣଙ୍କ ନିଜ ପୁରୁଷ ବନ୍ଧୁଙ୍କ ସମସନ ଏସଙ୍କ ସହ କିଛି ଦିନ ତଳେ ବ୍ରହ୍ମପୁର ଆସିଥିଲେ । ଉଭୟ ଗତ 19 ତାରିଖରେ ଏହି ଲଜରେ ରହୁଥିଲେ । ସେମାନେ ବ୍ରହ୍ମପୁରକୁ ମେଡିକାଲ କାମରେ ଆସିଥିବା ଲଜ କର୍ମଚାରୀଙ୍କୁ କହିଥିଲେ ।

ଦୁଇ ଦିନପୂର୍ବେ ଉଭୟ ସ୍ବାମୀ-ସ୍ତ୍ରୀ ଲଜ ଭିତରେ ଥିଲେ । ହେଲେ ଆଜି ସକାଳୁ ଲଜ କର୍ମଚାରୀ ସଫେଇ କରିବାକୁ ଯାଇଥିଲେ । କବାଟ ବାଡ଼େଇବା ପରେ ମଧ୍ୟ କେହି ଶୁଣିନଥିଲେ । ଏ ନେଇ ଲଜ ପକ୍ଷରୁ ବୈଦ୍ୟନାଥପୁର ଥାନାକୁ ଖବର ଦିଆଯାଇଥିଲା । ସନ୍ଧ୍ୟାରେ ଥାନା ଅଧିକାରୀ ଲଜକୁ ଯାଇ ଉକ୍ତ ରୁମର କବାଟ ଖୋଲି ଭିତରକୁ ପଶିବା ପରେ ମହିଳାଙ୍କ ମୃତଦେହ ଶଯ୍ୟା ଉପରେ ପଡ଼ିଥିବା ଦେଖିଥିଲେ । ମହିଳା ଜଣଙ୍କ 2 ଦିନ ପୂର୍ବରୁ ମୃତ୍ୟୁ ହୋଇଯାଇଥିବା ଅନୁମାନ କରାଯାଉଛି ।

ତେବେ ମହିଳାଙ୍କ ସହ ଥିବା ପୁରୁଷ ବନ୍ଧୁ ନଥିବାରୁ ସେ ଫେରାର ହୋଇଯାଇଥିବା ଜଣାପଡ଼ିଛି । ମହିଳାଙ୍କ କେଉଁ କାରଣରୁ ମୃତ୍ୟୁ ହେଲା ତାହା ଜଣାପଡ଼ିନାହିଁ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+