କେନ୍ଦୁଝର ବନ୍ଦ: 24 ଘଣ୍ଟିଆ ବନ୍ଦ ଡାକରା ଦେଇଛି ଟ୍ରକ୍ ମାଲିକ ସଂଘ
କେନ୍ଦୁଝର: ଆଜି (ସୋମବାର) କେନ୍ଦୁଝର ବନ୍ଦ । ଅଖ, ଚକ ବନ୍ଦ କରିଛି ଟ୍ରକ୍ ମାଲିକ ସଂଘ । ଜିଲ୍ଲାରେ ସମସ୍ତ ଦୋକାନ,ବଜାର ସ୍କୁଲ୍, କଲେଜ ଓ ଅନ୍ୟାନ୍ୟ କାର୍ଯ୍ୟାଳୟ ବନ୍ଦ ରହିଛି ।

ଆଜି 24 ଘଣ୍ଟିଆ କେନ୍ଦୁଝର ବନ୍ଦ ଡାକରା ଦେଇଛି ଟ୍ରକ୍ ମାଲିକ ସଂଘ । ଓଏମସିର ଶୁଆକାଟି ଲୁହାଖଣିରୁ ଗୁହାଲଡିହି ଯାଏ ରେଳ ପ୍ରକଳ୍ପକୁ ବିରୋଧ କରି ଜିଲ୍ଲା ଟ୍ରକ୍ ମାଲିକ ସଂଘ ଏହି ବନ୍ଦ ଡାକରା ଦେଇଛି । ଏହି ଶାନ୍ତିପୂର୍ଣ୍ଣ ବନ୍ଦ ପାଳନରେ ଜିଲ୍ଲାର ବିଭିନ୍ନ ସଙ୍ଗଠନ ସାମିଲ ହେବେ ବୋଲି ଟ୍ରକ୍ ମାଲିକ ସଂଘ ପକ୍ଷରୁ କୁହାଯାଛି ।
କେନ୍ଦୁଝର ଷ୍ଟେସନରେ 2 ଟି ଟ୍ରେନକୁ ଅଟକାରି ପ୍ରତିବାଦ କରୁଛି ଟ୍ରକ୍ ମାଲିକ ସଂଘ । ଏହି ବନ୍ଦକୁ ସମର୍ଥ ଦେଇଛି 15 ଟି ସଙ୍ଗଠନ ।
ଏହି ରେଳ ପ୍ରକଳ୍ପ ହେଲେ, ଜିଲ୍ଲାର ଟ୍ରକ୍ ମାଲିକଙ୍କ ସହିତ ଟ୍ରକ୍ ବ୍ୟବସାୟରେ ସମ୍ପୃକ୍ତ 3ଲକ୍ଷ ଲୋକଙ୍କର ଜୀବନ ଜୀବିକା ପ୍ରଭାବିତ ହେବ ବୋଲି ଅଭିଯୋଗ କରିଛି କେନ୍ଦୁଝର ଟ୍ରକ୍ ମାଲିକ ସଂଘ । ଏଥିପାଇଁ ସମଗ୍ର ଜିଲ୍ଲାରେ ଗାଡି ଚଳାଚଳ ବନ୍ଦ ରଖିବା ସହ, ଦୋକାନ ବଜାର ବନ୍ଦ କରାଯିବ । ସଙ୍ଘର ସଦସ୍ୟମାନେ କେନ୍ଦୁଝରଗଡ ଷ୍ଟେସନ୍ ରୁ ରେଳ ଚଳାଚଳ ମଧ୍ୟ ବନ୍ଦ କରିବେ ବୋଲି ପ୍ରକାଶ କରିଛନ୍ତି । ଏହି ବନ୍ଦରୁ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦିଆଯାଇଥିବା ଟ୍ରକ୍ ମାଲିକ ସଂଘ ପକ୍ଷରୁ କୁହାଯାଇଛି ।












Click it and Unblock the Notifications